ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ଅକ୍ଷୟ ତୃତୀୟା ରେ ଗଜପତି ବ୍ଲଡ଼ ଡୋନର୍ସ ତରଫରୁ ଚହ୍ଲା ବଣ୍ଟନ କାର୍ଯ୍ୟକ୍ରମ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଅକ୍ଷୟ ତୃତୀୟା ତିଥିରେ ଗଜପତି ବ୍ଲଡ଼ ଡୋନର୍ସ ତରଫରୁ ଚହ୍ଲା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତିନି ବର୍ଷ ହେଲା ଏହି ଚହ୍ଲା ବଣ୍ଟନ କରାଯାଉଛି । ଅତ୍ୟଧିକ ଖରା ଦାଉରୁ ରକ୍ଷା ପାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ କରାଯାଉଛି । ଦିବା ଏକ ଘଣ୍ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଜି. ନବୀନ, କେ. ଶରତ କୁମାର, ଜଗତ ସାହୁ, ସୁଲତା ପାଣ୍ଡଵ, ମୋହିନୀ, କ୍ରାନ୍ତି ବେହେରା, କ୍ଲିଣ୍ଟନ ବେବର୍ତ୍ତା, ପି. ଶ୍ୟାମ କୁମାର ପ୍ରମୁଖ ଉପସ୍ଥିତ ରହି ଚହ୍ଲା ବଣ୍ଟନ କରିଥିଲେ । ଏହିପରି କାର୍ଯ୍ୟକ୍ରମକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।
ଗଜପତି ବ୍ଲଡ଼ ଡୋନର୍ସ ତରଫରୁ ଚହ୍ଲା ବଣ୍ଟନ କାର୍ଯ୍ୟକ୍ରମ !!!

