Site icon Awaj Media

ଟାଙ୍ଗୀ ଥାନା ପକ୍ଷରୁ ଗାଁ ଗାଁରେ ଫ୍ଲାଗ୍ ମାର୍ଚ୍ଚ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଭିନ୍ନ ଗାଁରେ ପୋଲିସ ପକ୍ଷରୁ ଜନ ସମ୍ପର୍କ ସ୍ଥାପନ କରିବା ସହିତ ସମ୍ବେଦନଶୀଳ ଗାଁ ଏବଂ ଗାଁ ଛକ ମାନଙ୍କରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଉଛି ! ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ସାନ ରାଉତପଡା ପଞ୍ଚାୟତ ର ବିଭିନ୍ନ ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି ପୋଲିସ ସହିତ ସଶସ୍ତ୍ର ପୋଲିସ ବାହିନୀ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି । ପୋଲିସ ର ଫ୍ଲାଗ୍ ମାର୍ଚ୍ଚ ପରେ ଗାଁ ଗାଁରେ ଥିବା ଅସାମାଜିକ ଯୁବକ ମାନଙ୍କ ମଧ୍ୟରେ ଛନକା ଦେଖା ଦେଇଛି । ଟାଙ୍ଗୀ ଥାନା ଅଞ୍ଚଳର ପ୍ରତ୍ୟେକ ଗାଁ ଏବଂ ଜନ ଗହଳିଆ ସ୍ଥାନରେ ଏଭଳି ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯିବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା କହିଛନ୍ତି ।

Exit mobile version