Site icon Awaj Media

ବାଣପୁରରେ ତାଣ୍ଡବ ରଚିଲା କାଳ ବୈଶାଖୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଅଞ୍ଚଳରେ କାଳ ବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଛି । କାଳ ବୈଶାଖୀ ପ୍ରଭାବ ରେ ଘଡଘଡି ସହ ବର୍ଷା, ପବନ ଓ କୁଆ ପଥର ବୃଷ୍ଟି ଯୋଗୁଁ ଅନେକ ସ୍ଥାନ ରେ ଗଛ ମାନ ଭାଙ୍ଗି ଯାତାୟତ ବାଧିତ ହେବା ସଂଗେ ସଙ୍ଗେ ସଙ୍ଗେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ବାଣପୁର ବ୍ଲକ ମାଟିଆ ପୋଖରୀ ଠାରୁ ଆରମ୍ଭ କରି ଭାପୁର, ବୋରିଗାଁ, ବେତୁଲୀ, ସାହସପୁର, ବାଁଳେଇ, ଭେଟେଶ୍ୱର, ଭାପୁର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ଘଞ୍ଚ ବୃକ୍ଷ ପୁର୍ଣ ରାସ୍ତା ରେ ପ୍ରାୟ ଦେଢ଼ ଶହ ରୁ ଉର୍ଦ୍ଧ୍ବ କୃଷଚୁଡା, କରଞ୍ଜ, ଚକୁଣ୍ଡା, ବର ଓ ଅସ୍ୱାଥ ଗଛ ମାନ କାଳ ବୈଶାଖୀ ପ୍ରଭାବ ବର୍ଷା ଓ ପବନ ରେ ଭାଙ୍ଗି ଯାଇଛି ! ଏହାର ବଡ ବଡ ଡାଳ ମାନ ରାସ୍ତା ଉପରେ ପଡିଯିବା ଯୋଗୁଁ ଯାତାୟାତ ବନ୍ଦ ହେବା ସଙ୍ଗେ ସଙ୍ଗେ ବିଦ୍ୟୁତ ତାର ଛିଣ୍ଡି ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଯୁବକ ମାନେ ସଂଘବଦ୍ଧ ହୋଇ ରାସ୍ତା ସଫା କରି ଯାତାୟାତ କୁ ସ୍ୱାଭାବିକ ଅବସ୍ଥା କୁ ଫେରାଇ ଆଣିଥିଲେ !

Exit mobile version