Site icon Awaj Media

ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତିକ ମାତୃ ଦିବସ ଓ ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜନହର ଠାରେ ଥିବା ୟୁଟେକ୍ କମ୍ପ୍ୟୁଟର ଏଡୁକେସନ୍ ସେଣ୍ଟର ଠାରେ ବିଶ୍ୱ ମାତୃ ଦିବସ ଏବଂ ପ୍ରଗତି ମହିଳା ସଂଗଠନର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମା’ ର ମହତ୍ତ୍ଵ, ତ୍ୟାଗ, ନିଷ୍ଠା ଏଵଂ ମା ର ନିଃସର୍ତ୍ତ ସେବା ପାଇଁ ସେ ଯୁଗେ ଯୁଗେ ମହିୟସୀ ମାଆ ଚୀର ବନ୍ଦନୀୟା ଅଭିନ୍ଦନୀୟା ବୋଲି ଅତିଥି ଗଣ କହିଥିଲେ । ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନା କରିଥିବା ବେଳେ ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ । ସ୍ଵତନ୍ତ୍ର ଅତିଥି ହରିମୋହନ ପଟ୍ଟନାୟକ, ମୁଖ୍ୟ ଅତିଥି କୁମୁଦିନୀ ଭୁକ୍ତା, ମୁଖ୍ୟବକ୍ତା ଗିରିଜା ନନ୍ଦିନି ପଟ୍ଟନାୟକ, ସଭାପତି ଲୋକନାଥ ମିଶ୍ର ,ସମ୍ମାନିତ ଅତିଥି ଭାଗବତ ପାଢ଼ୀ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସବିତା ପଣ୍ଡିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ମା ଭାବେ ପ୍ରମିଳା ପଟ୍ଟନାୟକଙ୍କୁ ପ୍ରଗତି ମାତୃ ସମ୍ମାନ ପ୍ରଦାନ କରାଯାଇଥିଲା ତର୍କ, ଚିତ୍ର, କବିତା ଆବୃତ୍ତି ରେ ବିଜୟ ଲାଭ କରିଥିବା ଛାତ୍ର ଛାତ୍ରୀ ଗୃହିଣୀ ମାନଙ୍କୁ ପୁରସ୍କାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ମୁରଲୀଧର ପରିଚ୍ଛା ଶରତ ପ୍ରଧାନ, ଅରୁଣ ପଣ୍ଡା, ମାନସୀ ପଣ୍ଡା, ଅଞ୍ଜନି ପଟ୍ଟନାୟକ , ଶୁଭଶ୍ରୀ ଭୁକ୍ତା ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Exit mobile version