Site icon Awaj Media

ପିତୃମାତୃ ହୀନ ଶିଶୁଙ୍କୁ ସହାୟତ।ର ହାତ ବଢ଼େଇଲା ଗଜପତି ଜିଲ୍ଲା ପ୍ରଶାସନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉଦୟଗିରି ଥାନା ଅନ୍ତର୍ଗତ ବସ୍ତ୍ରେରିଗୁଡ଼ା ପଞ୍ଚାୟତର ବାଦପୂର ଗ୍ରାମର ଏକ ପରିବାର ର ପିତାଙ୍କ ମୃତ୍ୟୁ ପରେ ମା ତିନି ଜଣ ପିଲାଙ୍କୁ ଛାଡି କୁଆଡେ ପଳାଇଯିବାରୁ ଶିଶୁ ମାନେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହୁଥିବା ଖବର ପ୍ରକାଶ ପାଇଥିଲା ! ଜିଲ୍ଲା ପ୍ରଶାସନ ତରଫରୁ ତତକ୍ଷଣାତ ଚାଇଲ୍ଡ ହେଲ୍ପ ଲାଇନ କର୍ମୀ ଇସମାଇଲ କରାଡ ବାଦପୂର ଗ୍ରାମରେ ପହଞ୍ଚି ଗ୍ରାମର ବ୍ୟକ୍ତି ବିଶେଷ ଓ ଶିଶୁ ଙ୍କ ଅଭିଭାବଙ୍କ ସହ ଆଲୋଚନା କରି ତିନି ଜଣ ଶିଶୁ ଯଥା 11 ବର୍ଷ ଝିଅ 9 ବର୍ଷ ର ପୁଅ 7 ବର୍ଷର ପୁଅ ଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଆଣିଥିଲେ । ପ୍ରଥମେ ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ଉକ୍ତ ଶିଶୁଙ୍କୁ ଉପସ୍ଥିତ କରାଯାଇ ଶିଶୁ ମଙ୍ଗଳ ସମିତି ର ଅନୁମୋଦନ କ୍ରମେ ପରାଳଖେମୁଣ୍ଡି ର ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମ ରେ ଥଇଥାନ କରାଗଲା । ଯେଉଁଠାରେ ଶିଶୁମାନେ ରହି ମାଗଣାରେ ଖାଇବା ଓ ପାଠ ପଢ଼ିବା ପାଇଁ ସବୁ ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯାଇଛି । ଜିଲ୍ଲା ପ୍ରଶାସନ ଶିଶୁ ଙ୍କ ସମସ୍ତ ଦାୟିତ୍ଵ ଗ୍ରହଣ କରିବା ପରେ ଶିଶୁଙ୍କ ଅଭିଭାବକ ଖୁସି ଥିବାର ପରିଲିଖିତ ହେଉଛି ।

Exit mobile version