Site icon Awaj Media

ନୟାଗଡ ବିଜେଡିର ମିଶ୍ରଣ ପର୍ବ : ୫୦ରୁ ଉର୍ଦ୍ଧ୍ୱ ବିରୋଧୀ ନେତା ବିଜେଡିରେ ସାମିଲ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡରେ ଦିଗହରା ହେଲାଣି ବିରୋଧୀ, ପୁଣି ୫୦ରୁ ଉର୍ଦ୍ଧ୍ୱ ନେତା ବିଜେଡିରେ ସାମିଲ ! ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୦୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛନ୍ତି ବିରୋଧୀ । ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ସାରିଲେଣି ନେତା ମାନେ । ଏହି ସମୟରେ ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ବହୁ ପୁରୁଖା କର୍ମୀ ମାନେ ବିଜେଡିରେ ଯୋଗ ଦେଉଛନ୍ତି । ଯେଉଁଥିପାଇଁ ଚିନ୍ତାରେ ପଡିଛି ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । କାଳିକାପ୍ରସାଦ ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ବହୁ ନେତା ବିଜେଡିରେ ଯୋଗ ଦେଇଛନ୍ତି । ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ବିଜେଡି ନେତ୍ରୀ ଇରାନୀ ରାୟ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । କାଳିକାପ୍ରସାଦ ଗ୍ରାମ ପଞ୍ଚାୟତର ଜିତେନ୍ଦ୍ର କୁମାର ମହାନ୍ତି, ଦିଲ୍ଲୀପ କୁମାର ଭଟ୍ଟ, ରାମଚନ୍ଦ୍ର ଭଟ୍ଟ, ବାବୁଲି ବରାଡ଼, ସୁର୍ଯ୍ୟମଣି ମହାରଣା, ବାପୁନି ବାରିକ, ଜଗା ବିଶ୍ୱାଳ, ଡାକ ବିଶ୍ୱାଳ, ଗଙ୍ଗାଧର ସାହୁ, ଲକ୍ଷ୍ମଣ ବାରିକ ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ଭାବେ ଆଡ଼ଚେର ଗ୍ରାମର ଦିଗାମ୍ବର ସ୍ୱାଇଁ, କୁଳମଣୀ ମହାନ୍ତି, ସଦାଶିବ ବିଶ୍ୱାଳ, କୃପାସିନ୍ଧୁ ସ୍ୱାଇଁ, ଜଗନ୍ନାଥ ବିଶ୍ୱାଳ, ଗଙ୍ଗାଧର ମହାନ୍ତି, ବିଜୟ କୁମାର ପରିଡ଼ା, ଲକ୍ଷ୍ମଣ ମହାନ୍ତି, ଗଣେଷ ମହାନ୍ତି, ସଞ୍ଜୟ କୁମାର ସ୍ୱାଇଁ, ବିଜୟ କୁମାର ସ୍ୱାଇଁ, ଶରତ ପରିଡ଼ା, ବିକାଶ ଲେଙ୍କା, ଚିତରଞ୍ଜନ ବିଶ୍ୱାଳ, ସନ୍ତୋଷ ମହାନ୍ତି, ପିନୁ ପ୍ରଧାନ, ଶରତ ଚନ୍ଦ୍ର ମହାନ୍ତି, ହରଷ ବେହେରା, ସନ୍ତୋଷ ଲେଙ୍କା, ପ୍ରଦୀପ୍ତ ବିଶ୍ୱାଳ, ରାଜେନ୍ଦ୍ର ଭଟ୍ଟ, ପ୍ରଶନ୍ନ ନାୟକ, ଗଗନ କୁମାର ସ୍ୱାଇଁ, ସନ୍ତୋଷ ମହାନ୍ତି ଓ ଲକ୍ଷ୍ମଣ ମହାନ୍ତି ପ୍ରମୁଖ ୫୦ରୁ ଉର୍ଦ୍ଧ୍ୱ ନେତା ବିଜେଡିରେ ଯୋଗ ଦେଇଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲା ପରିଷଦ ସରୋଜ ରଣସିଂ, ନୟାଗଡ଼ ପୌରାଞ୍ଚଳ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଓ ଛାତ୍ର ବିଜେଡି ନେତା ନୀଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ, ଅରୁପ ପଟ୍ଟନାୟକ ଜିନ୍ଦାବାଦ, ଅରୁଣ ସାହୁ ଜିନ୍ଦାବାଦ ଓ ଆମ ପାଇଁ ବଡ଼ ଆମ ନୟାଗଡ଼ର ଶ୍ଳୋଗାନ ଦେଇଥିଲେ । ଆଗାମୀ ଦିନରେ ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ ।

Exit mobile version