Site icon Awaj Media

କଣ୍ଟିଲୋ ରେ ଭିକେ ପାଣ୍ଡିଆନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କଣ୍ଟିଲୋ ଠାରେ ଆଜି ବିଜେଡି ତରଫରୁ ଏକ ବିରାଟ ସମାବେଶ କରାଯାଇଥିଲା ଯେଉଁଥିରେ ଭି.କେ. ପାଣ୍ଡିଆନ ନିଜେ ଯୋଗଦେଇ ବିଜେଡି ପାଇଁ ପ୍ରଚାର କରିଛନ୍ତି । ଜୟ ଜଗନ୍ନାଥ, ଜୟ ନୀଳମାଧବ ନାରାରୁ ଆରମ୍ଭ କରିଥିଲେ ଅଭିଭାଷଣ ।ଲୋକମାନଙ୍କ ପାଖକୁ ଯାଇ ସେ ସିଧାସଳଖ ଲୋକମାନଙ୍କ ସହ କଥା ହେଇଥିଲେ ଏହା ସହ ସମସ୍ତେ କେତେ ଖୁସି ଅଛନ୍ତି ଜନତାଙ୍କୁ ପଚାରିଥିଲେ ।ଜନସାଧାରଣଙ୍କୁ କିଛି ପ୍ରଶ୍ନ ପଚାରିବି କହି ଆରମ୍ଭ କରିଥିଲେ କିଛି ଏଭଳି – ଓଡ଼ିଶାରେ ମିଶନ ଶକ୍ତି କିଏ କରିଛି?, ମଧୁବାବୁ ଯୋଜନା କିଏ କରିଛି? ଚାଷୀଙ୍କ କାଳିଆ ଯୋଜନା କିଏ କରିଛି?, ନୀଳମାଧବଙ୍କର ଉନ୍ନତି କରଣ କିଏ କରିଛି?, ବୃତଙ୍ଗ ଜଳ ସେଚନ କିଏ କରିଛି?, କୁସୁମୀ ଜଳ ସେଚନ ପ୍ରକଳ୍ପ କିଏ କରିଛି? ଓ ମେଗା ପାନୀୟ ପ୍ରକଳ୍ପ କିଏ କରିଛି ବୋଲି ଭି.କେ. ପାଣ୍ଡିଆନ ପ୍ରଶ୍ନ କରିଥିଲେ । ଜନସାଧାରଣଙ୍କ ଉତ୍ତରରେ ନବୀନ ପଟନାୟକ ନାଁ ରେ କମ୍ପି ଉଠିଥିଲା ସଭାମଣ୍ଡଳ ! ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ କରୀ କହିଲେ ନିର୍ବାଚନ ପୂର୍ବରୁ ବିରୋଧୀ ଆସିବେ କୁମ୍ଭୀର କାନ୍ଦଣା କାନ୍ଦିବେ ନିର୍ବାଚନ ସରିବା ପରେ ସେମାନଙ୍କୁ ଖୋଜିଲେ ଆଉ ପାଇବେ ନାହିଁ l ପରେ ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ ଏବଂ କହିଥଲେ ୫୦ପ୍ରତିଶତରେ ଭୋଟର ବିଧାୟକ ଏବଂ ଲୋକସଭା ପ୍ରାଥୀଙ୍କୁ ଜିତାଇବା ପାଇଁ l ଆଗାମୀ ଦିନରେ ସରକାର ଆସିଲେ ଶପଥ ଗ୍ରହଣ ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ପାଇଁ ଦସ୍ତଖତ କରିବେ l ବିଧାୟିକା ପ୍ରାଥୀ ସାବିତ୍ରୀ ପ୍ରଧାନ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ନାରୀ ମାନଙ୍କ ପାଇଁ ଓଡିଶାରେ କରାଯାଇଥିବା ସମସ୍ତ ଯୋଜନା ବିଷୟରେ କହିଥିଲେ l ନିଜକୁ ସାମନ୍ତ ମାଟିର ବୋହୁ କହିବା ସହିତ ଆଗାମୀ ଦିନରେ ଖଣ୍ଡପଡା କୁ ଓଡ଼ିଶାରେ ଶ୍ରେଷ୍ଠ କରିବା ନିର୍ବାଚନ ମଣ୍ଡଳୀ କରିବା କହି ଯୋଡି ଶଙ୍ଖ କୁ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ l ଲୋକସଭା ପ୍ରାଥୀ ସଂତୃପ୍ତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଓଡ଼ିଶାରେ ପୁନର୍ବାର ବିଜେଡି କୁ ଜିତେଇବାକୁ ଆହ୍ୱାନ ଦେଇଥିଲେ l

Exit mobile version