Site icon Awaj Media

ନୟାଗଡ଼ ରେ ନୂଆ ଚିନିକଳ କରିବା ପାଇଁ କଂଗ୍ରେସ ଗ୍ୟାରେଣ୍ଟି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : କଂଗ୍ରେସ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରଭାତ କୁମାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ଭରପୂର ସାମ୍ବାଦିକ ସମ୍ମୀଳନୀରେ ମୋଦି ସରକାର ବର୍ଷକୁ ୨କୋଟି ରୋଜଗାର ଗ୍ୟାରେଣ୍ଟି ଦେଇ ଶାସନକୁ ଆସିବା ପରେ ୧୦ବର୍ଷରେ ୨୦କୋଟି ରୋଜଗାର କୁଆଡେ ଗଲା ବୋଲି ପ୍ରଶ୍ନ କରି ମୋଦି ଗ୍ୟାରେଣ୍ଟି ଦେଶ ବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ମିଛର ପାହାଡ ବୋଲି ଅଭିହିତ କରିଥିଲେ। ମୋଦି ଗ୍ୟାରେଣ୍ଟି ହେଉଛି ପ୍ରତ୍ୟୋକ ଭାରତୀୟଙ୍କୁ ୧୫ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟ କୁ ଆସିବାର ଗ୍ୟାରେଣ୍ଟି ଭଳି ଲୋଭନୀୟ ମିଛ କଥା କହି ସରକାରକୁ ଆସି ନିତ୍ଯ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବ୍ରୁଦ୍ଧି କରି ଦେଶବାସୀଙ୍କୁ କଲବଲ କରି ଆସୁଛନ୍ତି। ଆଜି ଦେଶରେ ଯୁବକ ବେକାର, ନିର୍ବାଚନ ବଣ୍ଡ୍ ମାଧ୍ୟମରେ ବିଭିନ୍ନ ପୁଞ୍ଜିପତି ମାନଙ୍କ ଠାରୁ ପ୍ରାୟ ୧୨ହଜାର କୋଟି ଟଙ୍କା ଆଦାୟ କରି ଚାନ୍ଦା ଦୋ ଧନ୍ଦା ଲୋ ଭଳି ନୂଆ ନିୟମ ଲାଗୁ କରିଛନ୍ତି। ରାଜ୍ୟରେ ନବୀନ ସରକାର ମଧ୍ଯ ସେହି ଭଳି ରାଜ୍ଯର ଖଣିଖାଦାନ କୁ ପୁଞ୍ଜିପତି ମାନଙ୍କ ହାତରେ ଟେକି ଦେଇ ୧୨ଶହ କୋଟି ଟଙ୍କାର ଚାନ୍ଦା ନେଇଥିବା ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ନୟାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ଆଇନଜୀବୀ ରଣଜିତ୍ ଦାଶ ନୟାଗଡ଼ ରେ ୫ଲକ୍ଷ ଟନ୍ ଆଖୁପେଡା ଦକ୍ଷତା ଥିବା ନୂଆ ଚିନିକଳ ସ୍ଥାପନ କରିବା ସହିତ ଦଶପଲ୍ଲାରେ ଏକ ଅତ୍ୟାଧୁନିକ କାଗଜ ଶିଳ୍ପ ସ୍ଥାପନା କରି ଜିଲ୍ଲା ବାହାରେ ରୋଜଗାର ପାଇଁ ଦାଦନ ଖଟୁଥିବା ହଜାର ହଜାର ଦାଦନ ଶ୍ରମିକଙ୍କୁ ଆମ ଭିଟାମାଟି କୁ ଫେରାଇ ଅଣାଯିବ। ଗଣିଆ ଠାରୁ ଭାପୁର ମଝିରେ ମହାନଦୀରେ ନୂତନ ନଦୀବନ୍ଧ ନିର୍ମାଣ କରାଯାଇ ସେ ଅଞ୍ଚଳକୁ ଶସ୍ଯ ଶ୍ୟାମଳ କରାଯିବ। ନୟାଗଡ଼ ରେ ମେଡିକାଲ କଲେଜ, ସ୍ଥାପନା ସହିତ ଚାନ୍ଦପୁର ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସକୁ ସୁପର ସ୍ପେଶାଲିଟି ର ମାନ୍ଯତା ପ୍ରଦାନ ଏବଂ ନୟାଗଡ଼ ସଂୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ର ମାନ୍ୟତା, ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ କୁ ସରକାରୀ ଘୋଷଣା କରିବା କଂଗ୍ରେସ ର ଗ୍ୟାରେଣ୍ଟି ବୋଲି ଜିଲ୍ଲା ବ୍ୟାପି ପ୍ରତ୍ୟୋକ ଘରଘର ବୁଲି କଂଗ୍ରେସ ପ୍ରାର୍ଥୀ ମାନେ ଭୋଟର ମାନଙ୍କୁ ବୁଝାଇବେ ବୋଲି କହିଥିଲେ। ଏବଂ ରାଜ୍ୟରେ ବିଜେଡି-ବିଜେପି ର ଭିତିରିଆ ମେଣ୍ଟ ଚାଲୁ ଥିବାରୁ କଂଗ୍ରେସ ଏହାର ଏକମାତ୍ର ବିକଳ୍ପ ବୋଲି ଜନସାଧାରଣଙ୍କୁ ଅବଗତ କରାଇଥଲେ। ଏହି ସାମ୍ବାଦିକ ସମ୍ମୀଳନୀରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପୂର୍ବତନ ସାଂସଦ ନକୁଳ ନାୟକ, ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀନୀ ବୈଜୟନ୍ତୀମାଳା ମହାନ୍ତି, ରଣପୁର ବିଧାୟକ ପ୍ରାର୍ଥୀ ବିଭୂ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Exit mobile version