Site icon Awaj Media

ଭାରତୀୟ ବିକାଶ ପରିଷଦ ର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ନଟବର ମହାରଣା ଙ୍କ ନିର୍ବାଚନୀ ପ୍ରଚାର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭାରତୀୟ ବିକାଶ ପରିଷଦର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ସଂଗ୍ରାମୀ ନଟବର ମହାରଣା ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୟୁନିଟ୍ 2 ଅଞ୍ଚଳର ପଟେଲ ହଲ ବସ୍ତି ରେ ନିର୍ବାଚନୀ ପ୍ରଚାର କରିଛନ୍ତି । ଶ୍ରୀ ମହାରଣା ପଟେଲ ହଲ ବସ୍ତିର ଘରକୁ ଘର ବୁଲି ପ୍ରଚାରପତ୍ର ବାଣ୍ଟି ଅଟୋରିକ୍ସା ଚିହ୍ନ ରେ ଭୋଟ ଦେଇ ଜିତାଇବା ପାଇଁ ଭୋଟର ମାନଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ମହାରଣା କ୍ଷମତାକୁ ଆସିଲେ ବସ୍ତିବାସିନ୍ଦାଙ୍କୁ ନୂତନ ଗୃହ ପ୍ରଦାନ, ଦୁଇମାସ ମଧ୍ୟରେ ଚିଟଫଣ୍ଡ ଜମାକାରୀ ଙ୍କୁ ଅର୍ଥ ପ୍ରଦାନ ସହ ତିନିଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ସହ ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ନବକିଶୋର ମଲ୍ଲିକ, ବିକାଶ ସାହୁ, ସତ୍ୟରଞ୍ଜନ ମହାରଣା, ନକୁଳାନନ୍ଦ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version