Site icon Awaj Media

ଚିଲିକା ପ୍ରଚାର ମୈଦାନ ରେ ରେ ସ୍ୱାଧୀନ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀ ଙ୍କ ଧାଁ-ଦୈ।ଡ଼ ସେତିକି ଜୋରଦାର ହେଉଛି । ଦଳୀୟ ପ୍ରାର୍ଥୀ ମାନେ ଯେପରି ଢ଼ଙ୍ଗରେ ନିଜର ପ୍ରଚାର କରି ନିଜ ସପକ୍ଷରେ ଭୋଟରଙ୍କୁ ମନାଉଛନ୍ତି , ଠିକ୍ ସେହିପରି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଦିନରାତି ଏକ କରି ଗାଁ – ଗାଁ ବୁଲି ଲୋକଙ୍କୁ ଭେଟି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ଚିଲିକା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ମନ୍ମଥ କୁମାର ସିଂ । ଅବସର ପ୍ରାପ୍ତ ସେନା କର୍ମଚାରୀ କ୍ୟାପଟେନ୍ ମନ୍ମଥ କୁମାର ସିଂ ନିଜର ସହକର୍ମୀ ଏବଂ ସମର୍ଥକ ମାନଙ୍କୁ ନେଇ ଜନତାଙ୍କ ନିକଟରେ ପହଞ୍ଚି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଚିଲିକା ଜନତା ଦୀର୍ଘ ଦିନ ଧରି ଦଳୀୟ ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଆସୁଥିଲେ ! କିନ୍ତୁ ଏଥର ମନ୍ମଥ କୁମାର ସିଂ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ଏଥର ବିଧାନସଭା ଭୋଟ ଦେବା ପାଇଁ ମତବ୍ୟକ୍ତ କରୁଛନ୍ତି । ଦେଶ ମାତୃକାର ସେବା କରୁଥିବା ମନ୍ମଥ କୁମାର ସିଂ ଏଥର ଚିଲିକା ଅଧିବାସୀ ଙ୍କ ସେବା କରିବା ପାଇଁ ମନସ୍ଥ କରିଛନ୍ତି । ଘର ଘର ବୁଲି କ୍ୟାମ୍ପେନିଂ କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ମନ୍ମଥ କୁମାର ସିଂ , ଭୋଟରଙ୍କୁ ମନାଇବା ପରେ ଜନତାଙ୍କ ସମର୍ଥନ ମଧ୍ୟ ମିଳୁଛି । ଆଉ ଦିନ କେଇଟା ପରି ଚିଲିକା ବାସୀ ତାଙ୍କର ଜନ – ନାୟକ ଚୟନ କରିବେ ।।

Exit mobile version