ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଦିନକୁ ଦିନ କୋଠା ବାଡି ବୃଦ୍ଧି ପାଇବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ପାଇବା ସହ ଗାଁ ରୁ ଜନସାଧାରଣ ସହରାଭିମୁଖୀ ହେଉଛନ୍ତି । ପ୍ରକାଶ ଥାଉକି ଗଜପତି ଜିଲ୍ଲାରେ ବର୍ତ୍ତମାନ ସହର ଉପକଣ୍ଠରେ ଥିବା ଚାଷ ଜମି ଗୁଡିକ ଆଉ ଚାଷ ଜମି ହୋଇ ରହିନାହିଁ , ସବୁ ପ୍ଲଟରେ ପରିଣତ ହେବାରେ ଲାଗିଛି । ଚାଷ ଜମି ଗୁଡିକୁ କମଦାମରେ କିଣି ଘର ବାରିରେ ପରିଣତ କରି ପ୍ଲଟ କରି ପ୍ଲଟ ବେପାରୀ ମାନେ ମାଲାମାଲ ହେଉଛନ୍ତି। ବର୍ତ୍ତମାନ ଗଜପତି ଜିଲ୍ଲାରେ ଚାଷ ଜମି ଗୁଡ଼ିକ ପ୍ଲଟରେ ପରିଣତ ହେବାରୁ ଚାଷ କରିବାକୁ ଚାଷ ଜମି ରହିବ ନାହିଁ । ପ୍ଲଟ ବେପାରି ଚାଷୀଙ୍କ ଠାରୁ ଚାଷ ଜମି ଶାଗ ମାଛ ଦରରେ କିଣି ନେଉଛନ୍ତି ବିନା ପରିଶ୍ରମରେ କାଗଜ ପତ୍ର ଦେଖାଇ ବିକ୍ରି ବଟା କରି ପ୍ଲଟ ମଧ୍ୟସ୍ଥତା ମାନେ ମାଲାମାଲ ହେଉଛନ୍ତି । ସକାଳ ହେଲେ ଟ୍ରେଜେରୀ ରାସ୍ତା ଭିଡ଼ ଜମୁଛି , ଏପରିକି ରାସ୍ତା ପାର୍ଶ୍ଵରେ ଗାଡି ରହିବା ଫଳରେ ଜନସାଧାରଣ ଯିବା ଆସିବା କଷ୍ଟ ସାଧ୍ୟ ହେଉଛନ୍ତି । ସେହି ରାସ୍ତାରେ ଆରଆଇ ଅଫିସ, ଟ୍ରେଜେରୀ ଅଫିସ, ନିବନ୍ଧକ ଅଫିସ ରହିଛି । ଏହି ଜାଗାରେ ପ୍ଲଟ ମଧ୍ୟସ୍ଥତା ଓ ପ୍ଲଟ ବେପାରୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଚାଷ ଜମି ନ ରହିବା ଦ୍ବାରା ଚାଷୀ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଚାଷ ଜମିକୁ ଘର ବାରିରେ ପରିଣତ କରୁଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଚାଷ ଜମି ପ୍ଲଟ ହେଉଛି ଏଥି ପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ ରହିଛି ନହେଲେ ଆଗକୁ ଚାଷିଙ୍କୁ ଆଉ ଚାଷ କରିବାକୁ ଚାଷ ଜମି ରହିବ ନାହିଁ ।
ଚାଷ ଜମି କମୁଛି : କୋଠା ବାଡ଼ି ବଢୁଛି !!!

