ନାଚୁଣୀ ଥାନା ଅଞ୍ଚଳରୁ ଗଳିତ ଶବ ଉଦ୍ଧାର କଲା ପୋଲିସ !!!

Spread the love

ନାଚୁଣୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ ଅଜଣା ଗଳିତ ଶବକୁ ଉଦ୍ଧାର କରିଛି ନାଚୁଣୀ ପୋଲିସ । ସୂଚନା ମୁତାବକ ନାଚୁଣୀ ଥାନା ଅଧୀନସ୍ଥ ଜାତୀୟ ରାଜପଥ ବରଡ଼ି ଛକ ଠାରୁ ବାଲୁଗାଁ ଯିବା ରାସ୍ତା କଡରେ ଏକ ଗଳିତ ଶବ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ନାଚୁଣୀ ପୋଲିସ କୁ ଖବର ଦେଇଥିଲେ । ନାଚୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଳିତ ଶବ କୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଉକ୍ତ ଗଳିତ ଶବଟି ଜଣେ ପୁରୁଷ ବୋଲି ଜଣା ପଡ଼ିଛି ।।

Leave a Reply

Your email address will not be published. Required fields are marked *