Site icon Awaj Media

ନବୀନ ଙ୍କ ଯୋଜନା – ଡ୍ରିଙ୍କ ଫ୍ରମ ଟ୍ୟାପ // ବାଙ୍କୀ ଡମପଡ଼ାରେ ଡ୍ରିଙ୍କ ଫ୍ରମ ଗାଡ଼ିଆ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପାନୀୟ ଜଳ ନାହିଁ ତ ଭୋଟ ନାହିଁ, ଏପରି ନାରା ଦେଇ ତାତିଲେ ଶତାଧିକ ମହିଳା ! ରାଜ୍ୟ ସରକାର ଙ୍କ ପକ୍ଷରୁ ପଞ୍ଚାୟତ ଗୁଡିକରେ ବସୁଧା ଯୋଜନାରେ ଗାଁ କୁ ଗାଁ , ଘରକୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି । ମାତ୍ର ଏହି ଯୋଜନାର ଲାଭ ସବୁ ଜାଗାରେ ଜନସାଧାରଣଙ୍କୁ ମିଳି ପାରିନାହିଁ । ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ପଞ୍ଚାୟତ ରେ ଦେଖାଯାଇଛି ଉତ୍କଟ ପାନୀୟ ଜଳ ସମସ୍ୟା । ଖବର ମୁତାବକ ଦୁଲଣାପୁର ପଞ୍ଚାୟତ ରେ ଆଜକୁ ପ୍ରାୟ ୫ ବର୍ଷରୁ ଉର୍ଦ୍ଧ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗ୍ରାମର ମହିଳା ମାନେ ପାନୀୟ ଜଳ ସମସ୍ୟା କୁ ନେଇ ପଞ୍ଚାୟତ ର ସରପଞ୍ଚ , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ , ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଗ୍ରାମରେ ଥିବା ନଳକୂପ ରୁ ପାଣି ବାହାରୁ ନଥିବା ବେଳେ ଗ୍ରାମ ମନ୍ଦିର ପାଖରେ ଥିବା ଏକ କୂଅ ପାଣି ବ୍ୟବହାର କରୁଥିବା ବେଳେ ଉକ୍ତ କୂଅ ର ପାଣି ଖାର ଲାଗୁଛି ! ପାଖରେ ମହାନଦୀର ଶାଖା ରଣ ନଦୀ ରୁ ପ୍ରବାହିତ ହେଉଥିବା ବେଳେ ଉକ୍ତ ନଦୀ ଶୁଖିଲା ପଡ଼ିଥିବାରୁ ନଦୀ କୂଳରେ ଥିବା ଗାଡିଆ ରୁ ମହିଳା ମାନେ ଟାଣ ଖରାରେ ୫୦୦ ମିଟର ରୁ ଉର୍ଦ୍ଧ ଦୂରତା ରୁ ପାଣି ବୁହାଇ ଆଣନ୍ତି । ଯେଉଁ ଗାଡିଆ ରେ କି ମଣିଷ ଠାରୁ ଆରମ୍ଭ କରି ଗାଈ ଗୋରୁ , ମଇଁସି, ଛେଳି ମେଣ୍ଢା ଆଦି ଗାଧେଇଥାନ୍ତି । ପାଣି ପାଇଁ ଦାବୀ କରି ବିରୋଧ କରିବାରୁ ପଞ୍ଚାୟତ ର କିଛି ମୁଷ୍ଟିମେୟ ବ୍ୟକ୍ତି ଭୟ କରାଇବା ସହିତ ମହିଳା ମାନଙ୍କୁ ଗାଳି ଗୁଲଜ କରିଥିଲେ ! ଭୟରେ ଗ୍ରାମର ମହିଳା ମାନେ ଭୟବିତ ଅବସ୍ଥାରେ ରହିଥିବା କହିଛନ୍ତି । ପାନୀୟ ଜଳ ଯୋଗାଣ ବିଭାଗ କିମ୍ବା ପଞ୍ଚାୟତ ପକ୍ଷରୁ ପାନୀୟ ଜଳ ଯୋଗାଣ ର ସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରା ଯାଉନଥିବାରୁ ଗ୍ରାମର ସୁପ୍ରିୟା ରଣା ଙ୍କ ନେତୃତ୍ୱରେ ପୂର୍ବତନ ୱାର୍ଡ଼ ସଭ୍ୟ କବିତା ସାହୁ , ପ୍ରମିଳା ରଣା , କୁମତୀ ରଣା , ରେଣୁବାଳା ରଣା , ଶାନ୍ତିଲତା ସାହୁ , ଝୁନା ନାୟକ , ରିନା ସାହୁ , ବଣି ରାଉତ , ବାସନ୍ତୀ ସାହୁ , ମଞ୍ଜୁଲତା ରଣା ବିଳାସ ରଣା , ରଜନୀ ବେହେରା , କୁମୁଦ ବେହେରା , ହୀନ ସାହୁ , ପ୍ରମିଳା ରଣା , ରିତାରାଣୀ ନାୟକ , ଶାନ୍ତିଲତା ସାହୁ , ଟିକିନା ପରିଡ଼ା , ମାମୁନି ରାଉତ ଙ୍କ ସମେତ ବହୁ ମହିଳା ମାନେ ନିଷ୍ପତି ନେଇଛନ୍ତି ଯେ ପାଣି ନମିଲେ ଭୋଟ ବର୍ଜନ କରିବେ ।

Exit mobile version