Site icon Awaj Media

ବାଣପୁର ପଲଟଣ ପଡିଆ ପଡିଆ ରେ ବିଜେପି ର ବିଶାଳ ଜନ ସଭା : ଯୋଗଦେଲେ ୟୁପି ର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଐତିହାସିକ ପଲଟଣ ପଡିଆ ରେ ଭାରତୀୟ ଜନର ବିଶାଳ ନିର୍ବାଚନୀ ସଭା ଆୟୋଜିତ ହେଇଯାଇଛି। ଏହି ସଭାରେ ୟୁ ପିର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ଚିଲିକା ବିଧାୟକ ପ୍ରାର୍ଥୀ ପ୍ରୁଥିବରାଜ ହରିଚନ୍ଦନଙ୍କ ସହ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ। ଯୋଗୀ ଆଦିତ୍ୟ ନାଥ ଜି ପ୍ରଧାନ ମନ୍ତ୍ରୀ ଙ୍କ ଜନହିତକର ଯୋଜନାମାନ ବିଷୟରେ ଆଲୋଚନା କରିବା ସହ ଜଗତର ନାଥ ଜଗନ୍ନାଥଙ୍କ ସମ୍ପୂର୍ଣ ନବୀକରଣ କରାଯିବ ବୋଲି କହିଥିଲେ। ଜୟ ଜଗନ୍ନାଥ, ଜୟ ମା ଭଗବତୀ ଓ ଜୟ ଶ୍ରୀ ରାମ ନାରା ଦେଇଥିଲେ। ଚିଲିକା ବିଧାୟକ ପ୍ରାର୍ଥୀ ଭାବେ ପ୍ରୁଥିବରାଜ ହରିଚନ୍ଦନ ଓ ଲୋକସଭାପ୍ରାର୍ଥୀ ଭାବେ ସମ୍ବିତ ପାତ୍ର ଙ୍କୁ ଦୁଇ ଥର ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଡବଲ ଇଞ୍ଜନ ସରକାର ଆଣିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଥିଲେ। ଓଡିଶାରେ ବିଜେପି ସରକାର ଆସିଲେ ୟୁପି ପରି ଅନ୍ୟାୟ ବିରୋଧରେ ଓଡିଶାରେ ବୁଲ ଡୋଜର ଚାଲିବ ବୋଲି କହିଥିଲେ। ଏହି ସଭାରେ ପନ୍ଦର ହଜାରରୁ ଉର୍ଦ୍ଧ ଲୋକ ଏକାଠି ହୋଇ ଜୟ ଶ୍ରୀ ରାମ ଓ ଜୟ ଜଗନ୍ନାଥ କହି ମୁଖ୍ୟ ଅତିଥି ଯୋଗୀ ଆଦିତ୍ୟ ନାଥଙ୍କୁ ସ୍ୱାଗତ କରିଥିଲେ l ଜୟ ଶ୍ରୀ ରାମ ଧ୍ୱନିରେ ସମଗ୍ର ପଲଟନ ପଡିଆ ପ୍ରାକମ୍ପିତ ହୋଇଉଠିଥିଲା l

Exit mobile version