Site icon Awaj Media

ଚିନ୍ମୟ ଫାଉଣ୍ଡେସନର ନିରବଛିନ୍ନ କରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ଦୀର୍ଘ ୧୫୧୯ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ସଚେତନତା ସହ କୋଭିଡ୍ କିଟ୍ ବଣ୍ଟନ ଜାରି ରଖିଛି ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନର ଅନ୍ୟ ଏକ କାର୍ଯ୍ୟକ୍ରମ ମିଶନ ଅମୃତ ହସ୍ତମ ମାଧ୍ୟମରେ ଦୁଃଖୀ, ଦରିଦ୍ର,ଅସହାୟ ମାନଙ୍କୁ ରିଲିଫ୍ ସେବା ମଧ୍ୟ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ନିରବଚ୍ଛିନ୍ନ କାର୍ଯ୍ୟକ୍ରମର ଦିନ ସଂଖ୍ୟା ୧୫୧୩ରୁ ୧୫୧୯ ପର୍ଯ୍ୟନ୍ତ ସାତ ଦିନ ଧରି ଅର୍ଥାତ୍ ୧୨ ମଇ ୨୦୨୪ରୁ ୧୮ ମଇ ୨୦୨୪ ପର୍ଯ୍ୟନ୍ତ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲୁ ରହିଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ ଓ ସର୍ବେଶ୍ଵର ଜେନାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବାର ଦେଖିବାକୁ ମିଳିଛି।

Exit mobile version