Site icon Awaj Media

ପ୍ରଗତି ମହିଳା ସଙ୍ଗଠନ ଏବଂ ୟୁଟେକ୍ କମ୍ପ୍ୟୁଟର ଏଡୁକେଶନ ମିଳିତ ଆନୁକୁଲ୍ୟେ ପାରଳା ‘ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୫୧ ତମ ଶ୍ରାଦ୍ଧ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ଏଜୁକେଶନ ସେଣ୍ଟର୍ , ପାରଳାଖେମୁଣ୍ଡି ଠାରେ ଆଜି ପୂର୍ବାହ୍ନରେ ସଭାପତି ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ପ୍ରାତଃରେ ପ୍ରଗତିର ସମ୍ପାଦିକା ତନୁଜା ଶତପଥି ପ୍ରାକ୍ ସୂଚନା ଦେଇଥିଲେ। ସକାଳେ ଲୋକନାଥ ମିଶ୍ର, ଶରତ ପ୍ରଧାନ, ତନୁଜା ଶତପଥୀ,ବିଚିତ୍ରାନନ୍ଦ ବେବର୍ତ୍ତା, ହରିମୋହନ ପଟ୍ଟନାୟକ ସମୂହ ମହାରାଜାଙ୍କ ସମାଧି ପୀଠ ରେ ପୁଷ୍ପ ମାଲ୍ୟାର୍ପଣ ପରେ ୟୁ.ଟେକ୍ ଠାରେ ସଭା କାର୍ଯ୍ୟ ଏବଂ କୁଇଜ ତର୍କ ପ୍ରାଥମିକ ସ୍ତରରୁ କଲେଜ୍ ସ୍ତର ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଥିଲା। ବିଜୟୀ ଛାତ୍ର/ଛାତ୍ରୀ ଙ୍କୁ ଆକର୍ଷଣୀୟ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରବାଦ ପୁରଷ ପୁଣ୍ୟଶ୍ଳୋକ ମହାରାଜାଙ୍କ ପଦାଙ୍କ ଅନୁକରଣ କରି ଯୁବପିଢୀ ଓଡ଼ିଆ ଅସ୍ମିତା ସୁରକ୍ଷା ଦେବା ସାଙ୍ଗକୁ ମା,ମାଟି,ମାତୃଭୂମି କୁ ଜୀବନ ଠାରୁ ଅଧିକ ଭଲ ପାଇବା ହେଉଛି ଆଜିର ସ୍ମୃତି ଚାରଣ ର ପ୍ରଧାନ ଲକ୍ଷ୍ୟ ଥିଲା। ମୁଖ୍ୟଅତିଥି ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା, ମୁଖ୍ୟ ବକ୍ତା ଭାଗବତ ପାଢୀ, ବିଶିଷ୍ଟ ଅତିଥି ହରୀମୋହନ ପଟ୍ଟନାୟକ ଯୋଗ ଦେଇଥିବାବେଳେ ସମ୍ପାଦକ ପ୍ରାକ୍ ସୂଚନା ଦେଇଥିଲେ। ସ୍ନେହl ବେହେରା ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ସମ୍ପାଦିକ ତନୁଜା ଶତପଥୀ ପ୍ରାକ୍ ବକ୍ତା ଭାବେ ଏମାଟିର ଉତ୍ତର ପୀଢ଼ିଙ୍କୁ ଉତ୍ସlହିତ କରିଥିଲେ।ଭାଗବତ ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ଦେଇଥିଲେ। ମୁରଲୀଧର ପରିଚ୍ଛା ,ପାୟଲ ପାତ୍ର,ସତ୍ୟବତୀ ଦାସ,ପଲକ୍ ପାତ୍ର, ସ୍ନେହl ବେହେରା, ପ୍ରଣବ ପଣ୍ଡା ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Exit mobile version