ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଏଟିଏଚ ରକ୍ସ ପରିବାର, ଓଡିଶା ତରଫରୁ ପରିବାରର କୋରାପୁଟ ସଦସ୍ୟ ଜଗନ୍ନାଥ ତାଡ଼ିଙ୍ଗି ସହୀଦ ଲକ୍ଷଣ ନାୟକ ଭେଷଜ ଚିକିତ୍ସାଳୟ, କୋରାପୁଟ ଠାରେ ଜରୁରୀକାଳୀନ ଭିତ୍ତିରେ ରକ୍ତ ଦାନ କରି ମହାନତାର ପରିଚୟ ଦେଇଛନ୍ତି ! ସାମାଜିକ ଗଣମାଧ୍ୟମରେ ଦିଆଯାଇ ଥିବା ଜରୁରୀକାଳୀନ ନମ୍ବର 9337261650 ରେ କଲ ଆସିଥିବା ବେଳେ ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ କାଳ ବିଳମ୍ବ ନ କରି ନାରାୟଣପାଟଣା ବ୍ଲକର ଜଗନ୍ନାଥ ଧାଇଁ ଆସିଥିଲେ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ଚିକିତ୍ସାଳୟ ଓ ମହାବିଦ୍ୟାଳୟକୁ ରକ୍ତଦାନ କରିବା ପାଇଁ !

