Site icon Awaj Media

ପ୍ରତିଶୃତିରେ ରହିଗଲା ୪୨ ମୌଜା ଶୀତଳ ଭଣ୍ଡାର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବୟାଳିଶି ମୌଜା ରେ ଅବସ୍ଥିତ ଶୀତଳ ଭଣ୍ଡାରଟି ଆଉ କିଛି ବର୍ଷ ମଧ୍ୟରେ ଏକ ବୃକ୍ଷଲତା ପରିପୂର୍ଣ୍ଣ “ଶୀତଳ ଭଣ୍ଡାର ସ୍ମୃତି କଂକ୍ରିଟ ସ୍ତୁପ”ରେ ପରିଣତ ହେବ। ଏକଦା ଚାଷ ପାଇଁ ପ୍ରସିଦ୍ଧ ଶସ୍ୟ ଶ୍ୟାମଳା ପରିପୂର୍ଣ୍ଣ “କଟକର ପରିବା ଉଦ୍ୟାନ” ଭାବେ ପରିଚିତ ୪୨ ମୌଜା ଆଳୁ ଓ କଖାରୁ ରପ୍ତାନି ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା। ଚାଷୀମାନଙ୍କ ସମୃଦ୍ଧି ପାଇଁ ୪୨ ମୌଜା ବାସୀଙ୍କ ଉଦ୍ୟମ ଓ ସରକାରଙ୍କ ସହଯୋଗରେ ୧୯୬୨ ମସିହାରେ “ବୟାଳିଶ ମୌଜା ଆଳୁ ଚାଷୀ ସଂରକ୍ଷଣ ଓ ବାଣିଜ୍ୟ ସମବାୟ ସମିତି ଲିମିଟେଡ” ନାମରେ ଏହି ଶୀତଳ ଭଣ୍ଡାରଟି ଗଢି ଉଠିଥିଲା। ଏକ ସମୟରେ ଓଡ଼ିଶାର ବୃହତ୍ତମ କୁହା ଯାଉଥିବା ଏହି ଶୀତଳ ଭଣ୍ଡାର ପରିଚାଳନାଗତ ତୃଟି ଓ ସରକାରଙ୍କ ଉଦାସୀନତା ପ୍ରାୟ ୨୦୦୦ ମସିହାରୁ ବନ୍ଦ ହୋଇ ପଡ଼ି ରହିଛି। ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିସ୍ତୃତ ଅଟ୍ଟାଳିକାରେ ବଡ ବଡ ଗଛ ହୋଇ ଅନେକ ଯାଗାରେ ଭୁଷୁଡି ପଡିଥିବାବେଳେ ଏହା ମଧ୍ୟରେ ଭୟଙ୍କର ସରୀସୃପ ବିଚରଣ କରୁଥିବା ଦେଖିବାକୁ ମିଳୁଛି ବୋଲି ସମାଜସେବୀ ବସନ୍ତ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି। ଅତୀତରେ ୪୨ ମୌଜା ବାସୀଙ୍କ ବାରମ୍ବାର ନିବେଦନ ଓ ଦୃଢ଼ ଦାବୀ ପରେ ପୂର୍ବତନ ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ସମସ୍ୟା ଘେରରେ ଚାଷ ଜମି ବିକି ବିକି ସ୍ଥାନୀୟ ବାସିନ୍ଦା ସର୍ବହରା ହୋଇ ଚାଲିଥିବାବେଳେ ବାହାର ଅଞ୍ଚଳରୁ ଲୋକେ ଏଠି ଜମି କିଣି କେବଳ କଂକ୍ରିଟ ଜଙ୍ଗଲ ବିସ୍ତାର କରି ଚାଲିଛନ୍ତି।

Exit mobile version