Site icon Awaj Media

ପରୀକ୍ଷାରେ ରହିଲା କମ ମାର୍କ : ବିଷ ପିଇ ଆତ୍ମହତ୍ୟା କଲେ ନାବାଳିକା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଆଙ୍କୁଲାପଦର ଗ୍ରାମର ମ୍ୟାଟ୍ରିକ ପରୀକ୍ଷାରେ ପାସ୍ କରିଥିବା ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବାର ଜଣା ପଡ଼ିଛି । ସୂଚନା ମୁତାବକ ଆଙ୍କୁଲା ପଦର ଗ୍ରାମର ଗଦାଧର ପ୍ରଧାନ ଙ୍କ ଝିଅ ତପସ୍ଵିନୀ ପ୍ରଧାନ (୧୬) ବାଣପୁର ଉପେନ୍ଦ୍ର ବିଦ୍ୟାପୀଠ ନରେନ୍ଦ୍ରପୁର ଛାତ୍ରୀ ଥିଲେ । ଗତ ୨୬ ତାରିଖ ଦିନ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ସେ ମ୍ୟାଟ୍ରିକ ପରୀକ୍ଷାରେ ୬୦୦ ରୁ ୨୭୨ ନମ୍ବର ରଖି ପାସ୍ କରିଥିଲେ । ପରୀକ୍ଷାରେ ତାଙ୍କର କମ ମାର୍କ ରହିଲା ବୋଲି ତପସ୍ଵିନୀ ବୁଧବାର ବିଷ ପିଇ ଦେଇଥିଲେ । ଏହା ପରିବାର ଲୋକ ଜାଣିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତର ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିଦେଇ ଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଘଟଣା କୁ ନେଇ ତପସ୍ଵିନୀ ଙ୍କ ପରିବାର ରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇ ଥିବାର ଦେଖିବାକୁ ମିଳିଛି ।।

Exit mobile version