Site icon Awaj Media

ଗାଁ ଚାଷ ଜମିରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଠାବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଗୁମ୍ମା ବ୍ଳକ ଅଧିନସ୍ଥ ପାର୍ଶମ୍ବା ଗାଁ ଚାଷ ଜମିରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଠାବ ! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ପାର୍ଶମ୍ବା ଗାଁ ଚାଷ ଜମି ଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ସ୍ଥାନୀୟ ଲୋକ ଦେଖିଥିଲେ ! ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବକୁ ଦେଖି ବିଭିନ୍ନ ପ୍ରଶ୍ନ ଉଠିଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଅନ୍ୟ କେଉଁ କାରଣ ରହିଛି ତାହା ଅସ୍ପଷ୍ଟ ରହିଛି । ଗ୍ରାମବାସୀ ଉକ୍ତ ମୃତ ଦେହକୁ ଦେଖି ନିକଟସ୍ଥ ଥାନାକୁ ସୂଚନା ଦେଇଥିଲେ ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version