Site icon Awaj Media

ବାହାନଗା ଟ୍ରେନ ଦୁର୍ଘଟଣା ର ଏକ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବାହାନଗା ଟ୍ରେନ ଦୁର୍ଘଟଣା ର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ମଧୁସୂଦନ ଦାସ ଉଦ୍ଘାଟନ କରିଥିଲେ। ବର୍ତମାନ ରକ୍ତ ଭଣ୍ଡାର ରେ ରକ୍ତର ଆବଶ୍ୟକତା କୁ ପୂରଣ କରିବା ପାଇଁ ଯୁବକ ଯୁବତୀ ଆଗେଇ ଆସିବା ପାଇଁ ବାର୍ତ୍ତା ରଖିଥିଲେ। ବନ୍ଦେ ମାତରଂ ତରଫରୁ ପ୍ରହଲ୍ଲାଦ ନାୟକ, ମିଶନ ରକ୍ତଦାନ ର ଗୁନୁ ଆଚାର୍ଯ୍ୟ, ବିଭୂତି ଭୂଷଣ ସାହୁ, ଚନ୍ଦ୍ରକାନ୍ତ ଭୋଇ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂଜା ଡାକୁଆ, ଅରୂପା ଗୌଡ଼, ଲକ୍ଷ୍ମୀପ୍ରିୟା ମହାନ୍ତି,ମନସ୍ତ୍ରୁପ୍ତି ମହାପାତ୍ର , ସ୍ମୃତି କିରଣ ପଣ୍ଡା ଏବଂ ହର ପ୍ରସାଦ ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Exit mobile version