Site icon Awaj Media

ଆହୁରି ବୁଲି ବୁଲି କି ଟେଣ୍ଟ ବାନ୍ଧ , ବାବୁଙ୍କ ପାଇଁ ଟ୍ରାଫିକ କ୍ଲିୟର କର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଲୋକସଭାରେ ବିଜେଡି ସଫା ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବା ଏପରି କଥା ପୁରା ସତ ! ବିଜେଡିର ଏଭଳି ବିପର୍ଯ୍ୟୟର କ’ଣ କାରଣ ! ୨୦୧୪ ଓ ୨୦୧୯ରେ ସମଗ୍ର ଦେଶରେ ନରେନ୍ଦ୍ର ମୋଦି ଲହରକୁ ମୁକାବିଲା କରି ରାଜ୍ୟରେ ସ୍ପଷ୍ଟ ଜନାଦେଶ ହାତେଇଥିବା ବିଜେଡି ନିଜର ମୃତ୍ୟୁ ପାଇଁ ଗାତ ୨୦୧୯ ମସିହା ନିର୍ବାଚନ ପରଠୁ ନିଜେ ଖୋଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଦଳ ଓ ସରକାରରୁ ଦୂରେଇ ରହିଲେ ଆଉ ଭିକେ ପାଣ୍ଡିଆନ ତାଙ୍କର ପ୍ରତିନିଧି ଭାବେ ଉଭୟ ବିଜେଡି ଓ ସରକାରରେ ସର୍ବେସର୍ବା ପାଲଟିଗଲେ । ପରିସ୍ଥିତି ଏଭଳି ହେଲା ଯେ, ନବୀନଙ୍କୁ ତାଙ୍କ ସରକାରର ମନ୍ତ୍ରୀ, ବିଧାୟକ, ମୁଖ୍ୟ ସଚିବ ଓ ପୁଲିସ ଡିଜି ମଧ୍ୟ ଭେଟିବା ସମ୍ଭବପର ହେଲାନି । ପାଣ୍ଡିଆନଙ୍କ ବିନା ନବୀନଙ୍କ ବାସଭବନ ଓ ସରକାରୀ କଳରେ ପତ୍ରଟିଏ ହଲିପାରିଲା ନାହିଁ । ଯାହାକୁ ନେଇ ଉଭୟ ଦଳ ଓ ସରକାରୀ ଅଫିସରଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଲା । ଏପରିକି ନିଜ ପ୍ରିୟ ନେତା(ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ) ପାଣ୍ଡିଆନଙ୍କ ଆଗରେ ଏଭଳି ବିବଶ ହେଉଥିବା ଦେଖି ଭୋଟର ମଧ୍ୟ ପ୍ରତିକ୍ରିୟାଶୀଳ ହେଲେ । ମାତ୍ର ସଠିକ୍ ସମୟକୁ ଅପେକ୍ଷା କରି ରହିଥିଲେ । ଆଉ ବିଜେପି ଚଳିତ ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’କୁ ମୁଖ୍ୟ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ମନରେ ଥିବା ଏହି ପ୍ରତିକ୍ରିୟାକୁ ନିଜ ଭୋଟରେ ପରିବର୍ତ୍ତନ କରାଇବାରେ ସକ୍ଷମ ହେଲା । ବିଜେପିର ଘନଘନ ଆକ୍ରମଣାତ୍ମକ ପ୍ରଚାର ଶୈଳୀ, ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାରେ ସରକାର ଗଠନର ଦମ୍ଭୋକ୍ତି ସହ ପ୍ରଚ୍ଛଦପଟ୍ଟରେ ବିଜେପି ନେତୃତ୍ୱଙ୍କ ରଣନୀତି ମଧ୍ୟ ବିଜେଡିଠୁ ଭୋଟରଙ୍କୁ ମୁହଁ ଫେରାଇବା ଦିଗରେ ସହାୟକ ହୋଇଛି ।

Exit mobile version