Site icon Awaj Media

ବିଶ୍ଵ ପରିବେଶ ଦିବସ ଅବସରରେ ଲେଖା ପାଇଁ ପ୍ରଶଂସା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶ୍ଵ ପରିବେଶ ଦିବସ ଅବସରରେ ନିଜର ଆଲେଖ୍ୟ ପାଇଁ ରବିନାରାୟଣ ପଟ୍ଟନାୟକ ଙ୍କୁ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଇଛି । ନିଜ ଲେଖା ମାଧ୍ୟମରେ ସବୁ ବେଳେ ସମାଜ କୁ ବାର୍ତ୍ତା ଦେଇ ଆସୁଥିବା ଶ୍ରୀ ପଟ୍ଟନାୟକ , ପରିବେଶ ଉପରେ ଏକ ଲେଖା ଯାହା ଲୋକ ମାନଙ୍କ ପାଖରେ ବେଶ୍ ଆଦୃତ ହୋଇଛି ତାହା ହେଉଛି “ଆମ ପରିବେଶ ଆମ ହାତରେ” । କେବଳ ଓଡ଼ିଆ ନୁହେଁ ଇଂରାଜୀ ଭାଷାରେ ମଧ୍ୟ ପରିବେଶ ଉପରେ ଏକ ଲେଖା ପ୍ରକାଶ ପାଇଛି । ବିଭିନ୍ନ ସମୟର ସୁସ୍ଥ ସମାଜ ଗଠନ ପାଇଁ ନିଜ ଲେଖା ଲେଖି ଆସିଛନ୍ତି ! ପୂର୍ବ ରୁ ବିଶ୍ଵ ତମାଖୁ ବର୍ଜନ ଦିବସ ହେଉ କିମ୍ବା ପରିବେଶ ସୁରକ୍ଷା ଉପରେ ସବୁବେଳେ ନିଜ ନିଆରା ଚିନ୍ତା ଧାରାରେ ଲେଖି ଆସିଛନ୍ତି । ତାଙ୍କ ଦ୍ଵାରା ବର୍ତ୍ତମାନ ସୁଦ୍ଧା ୧୦୦ ରୁ ଅଧିକ ଲେଖା ବିଭିନ୍ନ ଖବର କାଗଜ ଓ ପୁସ୍ତକ ରେ ପ୍ରକାଶ ପାଇ ସାରିଲାଣି ।

Exit mobile version