Site icon Awaj Media

ଆସନ୍ତା କାଲି ଠାରୁ ବାଣପୁର ରେ ଆନ୍ତଃଜାତୀୟ ଆଦିବାସୀ ସାଂସ୍କୃତିକ ଯୁବ ମହୋତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଦିବାସୀ ମାନେ ପ୍ରକୃତିର ସନ୍ତାନ । ସେମାନଙ୍କ ସଂସ୍କୃତି ଓ ପରମ୍ପରା ବହୁ ପ୍ରାଚୀନ । ସେମାନଙ୍କର ସଂସ୍କୃତିକୁ ଲୋକାଭିମୁଖି କରାଇବା ସହ ଆଦିବାସୀ ଅଞ୍ଚଳ ର ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବାଣପୁରର ଐତିହାସିକ ପଲଟଣ ପଡିଆ ଠାରେ ଆସନ୍ତା କାଲି ଆଠ ତାରିଖରୁ ଦଶ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆନ୍ତଃଜାତୀୟ ଆଦିବାସୀ ଯୁବ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ! ଏନେଇ ବାଣପୁରର ସ୍ବେଛାସେବୀ ଅନୁଷ୍ଠାନ ଏକତା ପରିଷଦ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଆୟୋଜକ ପ୍ରକାଶ କରିଛନ୍ତି । ବାଣପୁରର ଏକତା ପରିଷଦ ଟ୍ରଷ୍ଟ ଓ ଖୋର୍ଦ୍ଧା ର ପ୍ରୋଜେକ୍ଟ ପଏଣ୍ଟ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ! ଏକତା ପରିଷଦ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସଂନ୍ଧ୍ୟା ଦେବୀ ଓ ପ୍ରୋଜେକ୍ଟ ପଏଣ୍ଟ ର ଅଧ୍ୟକ୍ଷ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ମହୋତ୍ସବର କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ସହ ଛତିଶଗଡ ର ମହାମହିମ ରାଜ୍ୟପାଳ ଏବଂ ରାଜ୍ୟ ସଭା ସାଂସଦ ଙ୍କ ସହ ବିଭିନ୍ନ ସଂସ୍ଥାର ମୁଖ୍ୟ ଯୋଗ ଦେବେ ବୋଲି କହିଛନ୍ତି । ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା ଆଲୋଚନା ଚକ୍ର ସହ ଓଡିଶା ତଥା ବିଭିନ୍ନ ରାଜ୍ୟ ଓ ଆନ୍ତଃଜାତୀୟ ଆଦିବାସୀ ଯୁବ ସମାଜ ସେମାନଙ୍କର ନୃତ୍ୟ ଗୀତ ପରିବେଷଣ କରିବେ ! ଓଡିଶା ସରକାର ଙ୍କ ଆଦିବାସୀ ଓ ସଂସ୍କୃତି ବିଭାଗର କଳାକାର ମାନେ ମଧ୍ୟ ଯୋଗ ଦେଉଛନ୍ତି । ପ୍ରଥମ ଥର ପାଇଁ ଏ ଭଳି ଆୟୋଜନ ଓଡ଼ିଶାରେ ହେଉଥିବା ସେମାନେ କହିଥିବା ବେଳେ ବାଣପୁର ବାସୀ ଏହାକୁ ଉପଭୋଗ କରିବା ସହ ଏହାକୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ଆୟୋଜକ ଅନୁରୋଧ କରିଛନ୍ତି ।।

Exit mobile version