Site icon Awaj Media

ଆନ୍ତର୍ଜାତୀୟ ଆଦିବାସୀ ସାଂସ୍କୃତିକ ଯୁବ ମହୋତ୍ସବ ଉଦଘାଟିତ : ପ୍ରଥମ ଦିନରେ ମନମୋହିଲା ତ୍ରିପୁରା ସୁନ୍ଦରୀ ଗୀତିନାଟ୍ୟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ଶନିବାର ଏକତା ପରିଷଦ ଟ୍ରଷ୍ଟ, ବାଣପୁର ଓ ପ୍ରୋଜେକ୍ଟ ପଏଣ୍ଟ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଆଦିବାସୀ ଯୁବ ସାଂସ୍କୃତିକ ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରାରମ୍ଭରେ ପ୍ରୋଜେକ୍ଟ ପଏଣ୍ଟ ର କର୍ମକର୍ତ୍ତା ସଂଗ୍ରାମ କେଶରୀ ସାମନ୍ତରାୟ ସୂଚନା ଦେବା ପରେ ଏକତା ପରିଷଦ ଟ୍ରଷ୍ଟ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ସନ୍ଧ୍ୟା ଦେବୀ ଉତ୍ସବ ର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଅତିଥି ଭାବେ ଖୋର୍ଦ୍ଧା ନେହେରୁ ଯୁବ କେନ୍ଦ୍ର ର ବିପିନ କୁମାର,ଓଡ଼ିଶା ସାଧାରଣ ଉଦ୍ୟୋଗ ବିଭାଗ ର ସ୍ଵତନ୍ତ୍ର ସଚିବ ନୀହାର ରଞ୍ଜନ ଦାସ, ଓଡ଼ିଆ ଭାଷା, ସଂସ୍କୃତି ବିଭାଗ ର ସ୍ଵତନ୍ତ୍ର ସଚିବ ମଧୁସୂଦନ ପାଢ଼ୀ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମିଟୁ ନାୟକ, ପ୍ରିୟମ୍ବଦା ନାୟକ, ଆଶୁତୋଷ ସିଂହ,, ବାଣପୁର ନେହେରୁ ଯୁବ ସଂଘ ର ସମ୍ପାଦିକା ସରୋଜିନୀ ଦାସ, ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ଉଦ୍ଵବୋଧନ ଦେଇଥିବା ବେଳେ ଚାଇନିଜ୍ ବୁଦ୍ଧିଷ୍ଟ ଟେମ୍ପୁଲ୍ , ନାଳନ୍ଦା ର ମୁଖ୍ୟ ଭାରପ୍ରାପ୍ତ ଡଃ ଧର୍ମରତନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସନ୍ଧ୍ୟା ରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଗୁଜରାଟ, ତ୍ରିପୁରା, ଓଡ଼ିଶା, ପଣ୍ଡିଚେରୀ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ବିହାର ରୁ ଆଗତ ବିଭିନ୍ନ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନ୍ରୃତ୍ୟ ପରିବେଷଣ କରାଯାଇଥିଲା ।

Exit mobile version