Site icon Awaj Media

ଓଡ଼ିଶାରେ ବିଜେପିର ସରକାର ଗଠନ ଅବସରରେ ବାଙ୍କୀ ରେ ବିଜୟ ଉତ୍ସବ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଓଡ଼ିଶାରେ ବିଜେପିର ସରକାର ଗଠନ ଅବସରରେ ବାଙ୍କୀ ରେ ବିଜୟ ଉତ୍ସବ ପାଳିତ । ଆସନ୍ତା 10ତାରିଖରେ ଓଡ଼ିଶାରେ ବିଜେପି ଏକାକି ସରକାର ଗଠନ କରିବା ଖୁସିରେ ବାଙ୍କୀ ବିଜେପି ପକ୍ଷରୁ ବାଙ୍କୀ ଗୋପାଳପୁର ମା ରତ୍ନେଶ୍ୱରୀ ମନ୍ଦିର ଠାରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି। ବରିଷ୍ଠ ନେତା ସୁବଳ କୁମାର ବେହେରା ଙ୍କ ସଭାପତିତ୍ୱ ରେ ପୂର୍ବତନ ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଜୟ କୁମାର ସ୍ୱାଇଁ, ନାରୀ ନେତ୍ରୀ ପଦ୍ମଜା ଦେବତା, ପୁରାତନ କାର୍ଯ୍ୟକର୍ତା ତଥା ନେତା ନିତ୍ୟାନନ୍ଦ ସାହୁ ମଞ୍ଚାସୀନ ଥିଲେ । ବିଜୟ ଉତ୍ସବ ରେ ପୁରାତନ କାର୍ଯ୍ୟକର୍ତା ଗୋପାଳ ମହାରଣା, ମାର୍କଣ୍ଡ ସେଠ, ଅନିରୁଦ୍ଧ ପରିଡା ଏବଂ ନିରଞ୍ଜନ ବେହେରାଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ସମର୍ଦ୍ଧିତ କରାଯାଇଥିଲା। ଦୀର୍ଘ ତିରିଶି ବର୍ଷ ର ଅକ୍ଲାନ୍ତ ପରିଶ୍ରମ ର ଫଳ ସ୍ୱରୂପ ଓଡ଼ିଶାରେ ବିଜେପିର ଏକାକି ସରକାର ଅପରପକ୍ଷେ କେନ୍ଦ୍ର ତୃତୀୟ ଥର ମୋଦି ସରକାର ଗଠନ ହେବା ଏକ ରାଷ୍ଟ୍ରୀୟତାର ବିଜୟ ବୋଲି କାର୍ଯ୍ୟକର୍ତା ଓ ନେତୃମଣ୍ଡଳୀ ମାନେ ପରସ୍ପର ମିଠା ଖୁଆଇ ଖୁସି ମନାଇଥିଲେ । ଆଗାମୀ ଜୁନ 10ତାରିଖରେ ଭୁବନେଶ୍ୱର ବିଜୟ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଙ୍କ ଶପଥପାଠରେ ଯୋଗଦେବାକୁ ଆହ୍ୱାନ କରାଯାଇଥିଲା। ଶପଥ ଗ୍ରହଣ ଉତ୍ସବ ରେ ଯୋଗଦେବାକୁ ସମସ୍ତ ମଣ୍ଡଳର ସଭାପତି, ଏନ ଏ ସି ସଭାପତି ପ୍ରଣବ ମହାପାତ୍ର, ଗୋପାଳପୁର ମଣ୍ଡଳ ପଦ୍ମଲୋଚନ ନାୟକ, ବ୍ରହ୍ମପୁରା ମଣ୍ଡଳ ସଭାପତି ମଦନ ମୋହନ ରାଉତ, ଡମପଡା ମଣ୍ଡଳ ସଭାପତି ସୁରେଶ ଦାଶ, ବାରଙ୍ଗ ସଭାପତି ବୁଲୁ ସ୍ୱାଇଁ, କଳାପଥର ମଣ୍ଡଳ ସଭାପତି ପ୍ରମୋଦ ନାୟକ, ନଗର ସଂଯୋଜକ ଅଜିତ ସୁବୁଦ୍ଧି, ମହିଳା ମୋର୍ଚ୍ଚା ସଭାପତି ଳିନୁ ବେହେରା, ରେଣୁକା ରଣା ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ପରିଶେଷରେ କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ସିଧେଶ୍ୱର ପାଇକେରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version