Site icon Awaj Media

ପ୍ରତିଷ୍ଠା ଦିବସ ରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟତି ଫାଉଣ୍ଡେସନ ର ୧୨ ତମ ପ୍ରତିଷ୍ଠା ଦିବସ ଅବସରରେ ବଡ଼ ରଘୁନାଥପୁର କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ନିୟତି ଫାଉଣ୍ଡେସନ ର ପ୍ରତିଷ୍ଠାତା ନିର୍ମଳ ପଣ୍ଡା ଉଦ୍ଘାଟନ କରିବା ସହିତ ରକ୍ତଦାନ କରିଥିଲେ। ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ପଣ୍ଡା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରାଜଧାନୀ ରକ୍ତ ଭଣ୍ଡାର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଯୋଗଦେଇ ରକ୍ତଦାନର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସୋମ, ବିଭୂତି ଭୂଷଣ ସାହୁ,କଳ୍ପନା ପ୍ରଧାନ, ସୁନୟନି ସମର୍ଥା, ହର ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ। ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା

Exit mobile version