Site icon Awaj Media

କଳିଙ୍ଗ ଏଜୁକେସନ ସେଣ୍ଟର ପକ୍ଷରୁ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କଳିଙ୍ଗ ଏଜୁକେସନ୍ ସେଣ୍ଟର ପକ୍ଷରୁ ଝାରପଡ଼ା ପଲ୍ଲବୀ ମଣ୍ଡପ ନିକଟ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ଅଟୋମି ଡାଇମଣ୍ଡ ମାଷ୍ଟର ନିକୁଞ୍ଜ ନାୟକ ଉଦ୍ଘାଟନ କରିଥିଲେ । ନୃସିଂହ ମିଶ୍ର, ସୁଶିଲ କୁମାର ବାରିକ, ନିହାର ରଞ୍ଜନ ଷଡ଼ଙ୍ଗୀ, ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ମିଶନ ରକ୍ତଦାନ ର ବିଭୂତି ଭୂଷଣ ସାହୁ ଏବଂ ହରପ୍ରସାଦ ମହାପାତ୍ର ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

 

Exit mobile version