Site icon Awaj Media

ଗୀତିକବି ସ୍ୱର୍ଗତ ମୁକୁନ୍ଦ ପାଢୀଙ୍କ ୧୫୩ ତମ ଜୟନ୍ତୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷୀଣୀ ସଭାଗୃହ ଠାରେ ମୁକୁନ୍ଦ ପାଢୀ ସ୍ମ୍ରତି ସଂସଦ ଆନୁକୁଲ୍ୟରେ ପ୍ରାଚୀନ ଗୀତିକବି ସ୍ୱର୍ଗତ ମୁକୁନ୍ଦ ପାଢୀଙ୍କ ୧୫୩ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଏହି ସମାବେଶରେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଚ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, କବିଙ୍କ ପୌତ୍ର ତଥା ଜଟଣୀ ଶାଖା ସେଞ୍ଚୁରିୟାନ୍ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଇଂ.ଜଗନ୍ନାଥ ପାଢୀ, କବିଙ୍କ ପୌତ୍ର ତଥା ସଂସଦର ସଂପାଦକ ଭାଗବତ ପାଢୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଆଶାଲତା ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ।ବକ୍ତାମାନେ କବିଙ୍କର ଅଷ୍ଟାଦଶ ତଥା ଉନବିଂଶ ଶତାବ୍ଦୀର ଗୁରୁ ସଙ୍ଗୀତର ପ୍ରାଧାନ୍ଯତା ତଥା ସାବଲୀଳ ଶବ୍ଦର ସଂଯୋଜନା ଯାହା ତାଙ୍କର ରାଧାକୃଷ୍ଣ ପ୍ରେମ ସମ୍ବନ୍ଧୀୟ ଆଧାରିତ ଲିଖିତ ନିଜର “ରାଧାକୃଷ୍ଣ ପ୍ରେମାମ୍ରୁତ ସିନ୍ଧୁରେ ଲିପିବଦ୍ଧ କରିଛନ୍ତି।ପ୍ରତ୍ୟେକ ସଂଗୀତ ପ୍ରକୃତିର ରୂପରେଖକୁ ଆଚ୍ଛାଦିତ କରିଛି। କବିଂକ ଲିଖନୀ ଶୈଳୀ ଅତି ଉଚ୍ଚକୋଟୀର ହୋଇପାରିଛି।ଏହି ଅବସରରେ ତାଙ୍କର ଲିଖିତ ଗୀତ ଗୁଡ଼ିକୁ ଗଜପତି କଳା ପରିଷଦର କଳାକାର ମାନେ ଗାନ କରିଥିଲେ।ଇତିଶ୍ରୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିଲେ ତଥା ଶଶୀଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ବିଶିଷ୍ଟ ନ୍ରୁତ୍ୟଶିଳ୍ପୀ ଡି.ପ୍ରିୟଂକା,ଯୁବ ଗବେଷକ ବିଷ୍ଣୁମୋହନ ଅଧିକାରୀ, ପ୍ରଗତି ମହିଳା ସଂସଦ,ଭକ୍ତି ସଂଗୀତ ସଂସଦ,ଗଜପତି କଳା ପରିଷଦ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା।ବିଚିତ୍ରାନନ୍ଦ ବେବର୍ତ୍ତା,ବିନୋଦ ଚନ୍ଦ୍ର ଜେନା, ମୁରଲୀଧର ପରିଚ୍ଛା,ଶରତଚନ୍ଦ୍ର ସାହୁ,ବିଷ୍ଣୁ ପଣ୍ଡା ଏବଂ ତ୍ରିପତି ପ୍ରସାଦ ପଣ୍ଡା ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କବିଂକର ପରିବାର ଯୋଗଦାନ କରିଥିଲେ।

Exit mobile version