Site icon Awaj Media

ଦନ୍ତା ନେଲା ଜୀବନ !!!

Spread the love

ବଡ଼ମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଦନ୍ତା ନେଲା ଜୀବନ। ଏଭଳି ଏକ ଦୁଃଖଦ ଖବର ଆସିଛି କଟକ ବଡମ୍ବା ଥାନା ଅଧୀନ ସାନବାରସିଂହ ଗ୍ରାମପଞ୍ଚାୟତ ଖଳିମାଟି ଗାଁ ରୁ। ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଖଳିମାଟି ଗାଁ। ତେବେ ଏହି ଗାଁ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବାରୁ ବିଭିନ୍ନ ସମୟରେ ଜଙ୍ଗଲି ଜନ୍ତୁ ଙ୍କ ଆକ୍ରମଣ ର ଶିକାର ହୁଅନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଆଜି ସକାଳ ୭ ଘଣ୍ଟିକା ସମୟ ରେ ଖଳିମାଟି ଗ୍ରାମର ଗୟାଧର ଦେହୁରୀ (୭୦) ନିଜ ଘର ଛପର କରିବା ପାଇଁ ପାଖ ଜଙ୍ଗଲ କୁ ଲଇ ସଂଗ୍ରହ ପାଇଁ ଜାଇଥିଲେ। ତେବେ ତାଙ୍କ ଫେରିବା ବିଳମ୍ୱ ହେବାରୁ ପରିବାର ଲୋକେ , ସ୍ଥାନୀୟ ବାସିନ୍ଦା ଙ୍କ ସହ ଜଙ୍ଗଲ ଭିତରକୁ ଯାଇଥିଲେ। ବାହୁ ଖୋଜା ଖୋଜି କରିବା ପରେ ଜଙ୍ଗଲ ମଧ୍ୟରୁ କ୍ଷତବିକ୍ଷତ ଅବସ୍ଥା ରେ ମୃତ ଦେହ ଠାବ କରିଥିଲେ। ତାଙ୍କ ମୃତ ଶରୀର ନିକଟରେ ହାତୀ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ଆଠଗଡ ବନାଞ୍ଚଳ ଅଧିକାରୀ ପ୍ରଭାତ ରାଉତ୍ , ବଡ଼ମ୍ବା ସଦର ବନାଞ୍ଚଳ ଫରେଷ୍ଟର କୃଷ୍ଣ ଚନ୍ଦ୍ର ସ୍ବାଇଁ ପହଞ୍ଚି ୧୦୮ ଆମ୍ବୁଲାସ ଯୋଗେ ବଡ଼ମ୍ବା ଡାକ୍ତର ଖାନାକୁ ଆଣିଥିଲେ। ସେଠାରେ ମୃତ ଶ୍ରୀ ଦେହୁରୀ ଙ୍କ ଶବ ବେବଛେଦ କରାଯାଇ ପରିବାର ଙ୍କୁ ହସ୍ତାନ୍ତର କରାଯାଇଥିଲା। ରାଜ୍ୟ ସରକାର ଙ୍କ ବନ ବିଭାଗ ତରଫରୁ ହାତୀ ଆକ୍ରମଣରେ ମୃତ ହୋଇଥିବା ପାରିବାର ଙ୍କୁ ଛଅ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ନେଇ ସୂଚନା ଦେଇଛନ୍ତି। ଆସନ୍ତା କାଲି ତାଙ୍କ ପରିବାର ଙ୍କୁ ଅନ୍ତିମ୍ କାର୍ଯ୍ୟ ନିମନ୍ତେ ୬୦ ପ୍ରଦାନ କରାଯିବା ନେଇ ବଡ଼ମ୍ବା ବଡ଼ମ୍ବା ଫରେଷ୍ଟର ସୂଚନା ଦେଇଛନ୍ତି।

Exit mobile version