Site icon Awaj Media

ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ରଜ ଉତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ନାୟକ ଗ୍ରୀନ ୱାର୍ଲଡ ପାର୍କରେ ଆକାଂକ୍ଷା ମହିଳା ସଂଗଠନର ସଭାପତି ଆଶାଲତା ପାଣିଗ୍ରାହୀଙ୍କ ତତ୍ତ୍ୱ।ବଧାନରେ ଅନୁଷ୍ଠିତ ହୋଇଯାଇଛି ରାଜା ଉତ୍ସବ । ଏହି ଅବସରରେ ରଜ ଦୋଳି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୁନି କୁନି ଶିଶୁ ଓ କିଶୋରୀ ଝିଅ ମାନଙ୍କୁ ମେହେନ୍ଦୀ ଅଳତା ଲଗାଇ ସଜ୍ଜିତ କରାଯାଇଥିଲା । ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ପୋଡ଼ ପିଠା କାକରା, ଗଜା ଲଡୁ ଆରିସା ସହ ମିଠା ପାନ । କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ, ସମ୍ପାଦିକା ମିନା ଟହଲ, କୋଷାଧ୍ୟକ୍ଷ ସରିତା ପାଣିଗ୍ରାହୀ, ସହ ସମ୍ପାଦିକା ସୁନିତା ବେହେରା , ବହୁ ଝିଅ ,ବୋହୂ, ମହିଳା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଭଳି କାର୍ଯ୍ୟକ୍ରମ ପ୍ରଗତି ମହିଳା ଅନୁଷ୍ଠାନ କରିଥିବାରୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Exit mobile version