Site icon Awaj Media

ବରଗଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ! ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲୋକଙ୍କ ଭିତରେ ଦେଖିବାକୁ ମିଳିଥିଲା ଅଭୁତପୂର୍ବ ଉତ୍ସାହ, ହଜାର ହଜାର ଲୋକଙ୍କ ଗହଣରେ ରୋଡ ସୋ’ରେ ଗଲେ କାର୍ଯ୍ୟକ୍ରମ ସ୍ଥଳକୁ, ଲୋକଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ବରଗଡକୁ ଆଉ ଥରେ ଖୁବଶୀଘ୍ର ଆସିବି ! ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡତିଆ, ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ ଓ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

କୃଷକମାନେ ପାଇଲେ ପି.ଏମ.କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି, ଓଡ଼ିଶାର ୩୧.୬୨ ଲକ୍ଷ ଚାଷୀ ୬୩୨.୪୮ କୋଟି ଟଙ୍କା ପାଇଲେ

ପୂର୍ବ ସରକାର ପ୍ରତିଶୃତି ଦେଇଥିବା ୧୦୦ ଟଙ୍କା ବୋନସ୍‌ ଦେଲେନାହିଁ, ବରଂ କଟନି ଛଟନି କଲେ
ଆମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରୁଛୁ

ପିଏମ କିଷାନ ଯୋଜନାରେ ସାମିଲ ହୋଇପାରି ନଥିବା
ଓଡିଶାର ସମସ୍ତ ଯୋଗ୍ୟ ବଞ୍ଚିତ
ଚାଷୀଙ୍କୁ ୧୫ ଦିନ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ

ଜନତାଙ୍କ ସରକାର ଆଗାମୀ ବଜେଟ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ, ଏଥିପାଇଁ ଖୁବଶୀଘ୍ର ୱେବସାଇଟ ଖୋଲାଯିବ

ମୁଁ ସାଧାରଣ ପରିବାରରୁ ଆସିଛି, ମୋ ସରକାର ଜନତାଙ୍କ ସରକାର, ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ- ମୁଖ୍ୟମନ୍ତ୍ରୀ

ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଯୋଗୁ ଚାଷୀ ଭାଇମାନେ ଖୁବ ଉପକୃତ ହେଉଛନ୍ତି- ମୁଖ୍ୟମନ୍ତ୍ରୀ

Exit mobile version