Site icon Awaj Media

ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଶିକ୍ଷା ମାଫିଆଙ୍କ ହାତରେ ଟେକି ଦେବାର ପ୍ରୟାସକୁ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ତୀବ୍ର ବିରୋଧ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ନିଟ୍ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଏବଂ ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଶିକ୍ଷା ମାଫିଆଙ୍କ ହାତରେ ଟେକି ଦେବାର ପ୍ରୟାସକୁ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ତୀବ୍ର ବିରୋଧ କରାଯାଇଛି । ଦେଶବ୍ୟାପୀ ନିଟ୍ ପରୀକ୍ଷା ଘୋଟାଲା ପ୍ରତିବାଦରେ ବିରୋଧ ପ୍ରଦର୍ଶନର ଅଂଶ ସ୍ଵରୁପ ଆପ୍ ଓଡ଼ିଶା ତରଫରୁ ନିକୋ ପାର୍କ ଛକଠାରେ ଶତାଧିକ କାର୍ଯ୍ୟକର୍ତ୍ତା ବିରୋଧ ପ୍ରଦର୍ଶନ କରିଥିଲେ । ୨୪ ଲକ୍ଷରୁ ଉର୍ଦ୍ଧ ପରୀକ୍ଷାର୍ଥୀ ଏ ବର୍ଷ ଡାକ୍ତରୀ ଶିକ୍ଷା ପାଇଁ ନିଟ୍ ପ୍ରବେଶିକା ପରୀକ୍ଷା ଦେଇଥିଲେ । ମାତ୍ର ପ୍ରଶ୍ନପତ୍ର ପ୍ରଘଟ, ଦୁର୍ନୀତି ଏବଂ ପ୍ରିୟାପ୍ରୀତି ଶୋଷଣରେ ଅନେକ ମାମଲା ହେତୁ ଏହି ବର୍ଷ ଅନେକ କେନ୍ଦ୍ରରେ ଅଦ୍ଭୁତପୂର୍ବ ରେଜଲ୍ଟ ହୋଇଛି । ଗୋଟିଏ କେନ୍ଦ୍ରରୁ ଛଅ ଜଣ ଟପ୍ପର ତଥା ୬୭ ଜଣ ସାରା ଦେଶରେ ପୂର୍ଣ୍ଣ ମାର୍କ ପାଉଛନ୍ତି । ଗତବର୍ଷ ମାତ୍ର ଦୁଇ ଜଣ ପୂର୍ଣ୍ଣ ମାର୍କ ପାଇଥିଲେ । ବିହାର ରେ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗରେ ୧୩ ଜଣ ଗିରଫ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ପୁନର୍ବାର ପରୀକ୍ଷା କରିବା ଦାବୀକୁ ଗ୍ରହଣ କରୁନାହାନ୍ତି । ମୋଦୀ ସରକାର ଏହି ଘୋଟାଲାର ଜବାବ ଦେବା ଉଚିତ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗ ପଣିଆରୁ ଆଜି ଦେଶର ଛାତ୍ରଛାତ୍ରୀ ଭବିଷ୍ୟତ ଅନ୍ଧାର । ଏହାର ତଦନ୍ତ ଏବଂ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀ ଆପ୍ ଓଡ଼ିଶା କରିଛି । ଏହି ଆନ୍ଦୋଳନରେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ସ୍ବାଇଁ, ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ଲଲିତ ମୋହନ ଦାସଅଧିକାରୀ, ବିଭିନ୍ନ ଜିଲ୍ଲାର ଜିଲ୍ଲା ଆବାହକ ଏବଂ ପାର୍ଟିର ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version