Site icon Awaj Media

ବାରମ୍ବାର ବିଦ୍ୟୁତ କାଟ କୁ ନେଇ ଗଜପତି ବିକାଶ ସୁରକ୍ଷା ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ବିକାଶ ସୁରକ୍ଷା ମଞ୍ଚର ଆବାହକ ଆମୋଦ କୁମାର ବର୍ଦ୍ଧନଙ୍କ ନେତୃତ୍ୱରେ ଗଜପତି ବିକାଶ ସୁରକ୍ଷା ମଞ୍ଚର ସଦସ୍ୟ ମାନେ ବାରମ୍ବାର ବିଦ୍ୟୁତ କାଟ ସମ୍ବନ୍ଧରେ ବିଦ୍ୟୁତ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ପଦ୍ମପୁର ବିଭାଗ ତଥା ତାରଙ୍ଗଡ଼ା ଓ ଜିଭା ପଞ୍ଚାୟତ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ଓ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବିଦ୍ୟୁତ ବିଭାଗକୁ ଅନୁରୋଧ କରାଯାଉଛି ଯେ ବାରମ୍ବାର ବିଦ୍ୟୁତ କାଟ ହେବାରେ ରୋକ ଲଗାଇବା ପାଇଁ ଅତି ଶୀଘ୍ର କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରନ୍ତୁ । ନଚେତ ଆଗାମୀ ଦିନରେ ଗଜପତି ଜିଲ୍ଲା ବିଦ୍ୟୁତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀ ବାଧ୍ୟ ହୋଇ ଧାରଣା ଦେବେ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ।

Exit mobile version