Site icon Awaj Media

ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା : ଲୋକେ ଆଶ୍ବସ୍ତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ବ୍ଲକ ଅଞ୍ଚଳରେ ଶୁକ୍ରବାର ବର୍ଷା ହୋଇଛି। ବର୍ଷା ଯୋଗୁଁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ। ଯାହାକି, ଶୁକ୍ରବାର ମଧ୍ୟାହ୍ନ ପରେ ପରେ ଅଞ୍ଚଳରେ ହୋଇଥିବା ସାମାନ୍ୟ ବର୍ଷାରୁ ଅନୁମାନ କରାଯାଉଛି । ପୂର୍ବରୁ ଏକାଧିକ ଥର କାଳ ବୈଶାଖୀରେ ବର୍ଷା ସହ ଝଡ଼, ତୋଫାନ, ବିଜୁଳି ଓ ଘଡ଼ଘଡ଼ି ମାରି ଲୋକଙ୍କୁ କଲବଲ କରୁଥିଲା। ବର୍ଷା କମ କ୍ଷତି ଗ୍ରସ୍ତ ହେଉଥିଲେ ଅଧିକ ଲୋକେ। ହେଲେ ଏହି ବର୍ଷା ଥିଲା ମୌସୁମିର ଆଗମନ, ନା ଥିଲା ବିଜୁଳି, କି ଘଡ଼ଘଡ଼ି ନା ପବନ, କେବଳ ବର୍ଷା ହିଁ ବର୍ଷା। ଫଳରେ ସମଗ୍ର ଅଞ୍ଚଳରେ ଟିକିଏ ଥଣ୍ଡା ପଡ଼ିବା ସହ ଗୁଳୁଗୁଳି କମିଛି। ବର୍ଷା ବଡ଼ ଧରଣର ହୋଇ ନ ଥିଲେ ସୁଦ୍ଧା ମାଟି ଭଜିଛି। ଏହି ବର୍ଷାରେ ଧାନ ତଳି ଭଲ ହେବା ସହ ପନିପରିବା ଓ ହଳଦୀ ଚାଷୀଙ୍କୁ ଅନେକ ଫାଇଦା ଯୋଗାଇବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି l

Exit mobile version