Site icon Awaj Media

କଳଙ୍ଗାପାଲି ସାହୁ କଲ୍ୟାଣ ମଣ୍ଡପ ଠାରେ ନବ ନିର୍ବାଚିତ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ କଳଙ୍ଗାପାଲି ସାହୁ କଲ୍ୟାଣ ମଣ୍ଡପ ଠାରେ ନବର୍ବାଚିତ ବିଧାୟକ ସନତ କୁମାର ଗଡତିଆ ଙ୍କୁ ଶତାଧିକ କର୍ମୀ ଓ ସମର୍ଥକ ଜଣାଇଛନ୍ତି । ଏହି ଅବସର ରେ ଏକ ବୈଠକ ର ଆୟୋଜନ ହୋଇଥିଲା ! ବିଧାୟକ ଗାଇସିଲେଟ ବ୍ଲକ ସହ ବିଜେପୁର ବରପାଲି ର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପ୍ରତିଶୃତି ଦେବା ସହ ଜନସାଧାରଣ ନିର୍ବାଚନ ସମୟରେ ଯେଉଁ ଭଳି ଭାବେ ସମର୍ଥନ ଦେଇଛନ୍ତି ସେହିଭଳି ପ୍ରତ୍ୟେକ କାର୍ଯ୍ୟରେ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଗାଇସିଲେଟ ଜୋନ ଦୁଇ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ମଣ୍ଡଳ ସଭାପତି ବିପିନ ବିହାରୀ ସାହୁ , ପ୍ରବୀଣ ପାଣିଗ୍ରାହି , ସସ୍ମିତା ଡନସନା, ଗୋପାଳ ସାହୁ, ମହେଶ ଦେପ୍ତା, ଶରତ ବିଶି ଓ ଗୁଦେର ପାଲି , ମଣ୍ଡଳ ସଭାପତି ଆନନ୍ଦ ମଟାରି, ଭଗବାନ ପଟେଲ, ବିରେନ ମହାପାତ୍ର, ଶଙ୍କର ମହାନ୍ତି, ମିଟୁ ସାହୁ, ବାବୁଲାଲ ପ୍ରମୁଖ ଯୋଗ ଦେଇଥିଲେ l

Exit mobile version