Site icon Awaj Media

ଜନ୍ମ ଦିନରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଟ୍ରାଫିକ ଜାମ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ଅଶୋକ ରାୟ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ। ଟ୍ରାଫିକ ଜାମ ଟ୍ରଷ୍ଟ, ଓଡ଼ିଶା ଡ୍ରାଇଭର ମହାସଂଘ, ଓଡ଼ିଶା ପରିବହନ ଚାଳକ ସଂଘ୍ ଏବଂ ସଫିରେ ୱାନ ୱର୍ଲ୍ଡ ମିଳିତ ଆନୁକୁଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ରେ ସୁଜିତ୍ ପଣ୍ଡା, ଦୁର୍ଗା ଚରଣ ସାହୁ, ହିମାଂଶୁ ସାହୁ, ଖୋକନ୍ ଭାଇ, ଶଙ୍କର ଭାଇ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମିଶନ ରକ୍ତଦାନ ସଦସ୍ୟ ବିଭୂତି ଭୂଷଣ ସାହୁ, ଗୁନୁ ଆଚାର୍ଯ୍ୟ, ଚନ୍ଦ୍ରକାନ୍ତ ଭୋଇ ଶିବିର ପରିଚାଳନା କରିଥିଲେ। ଶିବିରରୁ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Exit mobile version