Site icon Awaj Media

ପାରଳାଖେମୁଣ୍ଡି ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ! ଏହି ଯୋଗ ଦିବସରେ ପାରଳାଖେମୁଣ୍ଡିର ବିଧାୟକ ଇ. ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଷ୍ଟାଡିୟମରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ଶ୍ରୀ ପାଣିଗ୍ରାହୀ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଯୋଗ ହେଉଛି ଏକ ଶାରୀରିକ, ମାନସିକ ଏବଂ ଅଧ୍ୟାତ୍ମିକ ଅଭ୍ୟାସ ଯାହା ଶରୀରର ପ୍ରାକୃତିକ ସହନଶୀଳତାକୁ ବଢ଼ାଇଥାଏ । ବିଭିନ୍ନ ସଂକ୍ରାମକ, ଆଗନ୍ତୁକ ରୋଗରୁ ନିଜକୁ ରକ୍ଷା କରି ନରୋଗୀ ଭାବେ ଦୀର୍ଘାୟୁ ଜୀବନଯାପନ କରିବା ପାଇଁ ପ୍ରତିଦିନ ଆମେ ବ୍ୟାୟାମ କରିବା ଦରକାର ବୋଲି ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

Exit mobile version