Site icon Awaj Media

ଚିନ୍ମୟ ଫାଉଣ୍ଡେସନର ୬୨ ତମ ସମୀକ୍ଷା ବୈଠକ : କରୋନା କାର୍ଯ୍ୟକ୍ରମର ଉଦଯାପନ ସହ ୧୫୫୪ ଦିନରେ ପହଞ୍ଚିଲା ମିଶନ୍ ଅମୃତ ହସ୍ତମ୍ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ୧୯ ଜୁନ ୨୦୨୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୫୫୦ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ସଚେତନତା ସହ କୋଭିଡ୍ କିଟ୍ ବଣ୍ଟନ ଜାରି ରଖିଥିଲା ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନର ଅନ୍ୟ ଏକ କାର୍ଯ୍ୟକ୍ରମ ମିଶନ ଅମୃତ ହସ୍ତମ ମାଧ୍ୟମରେ ଦୁଃଖୀ, ଦରିଦ୍ର,ଅସହାୟ ମାନଙ୍କୁ ରିଲିଫ୍ ସେବା ମଧ୍ୟ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ନିରବଚ୍ଛିନ୍ନ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ଦିନ ସଂଖ୍ୟା ୧୫୪୮ରୁ ୧୫୫୦ ପର୍ଯ୍ୟନ୍ତ ତିନି ଦିନ ଧରି ଅର୍ଥାତ୍ ୧୭ ଜୁନ୍ ୨୦୨୪ ରୁ ୧୯ ଜୁନ୍ ୨୦୨୪ (ରବିବାରରୁ ମଙ୍ଗଳ ବାର)ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲୁ ରହିଥିବାର ଦେଖିବାକୁ ମିଳିଥିଲା। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ସମାଜସେବୀ ମିହିର କୁମାର୍ ମଲ୍ଲିକ, ରାଜୀବ ମଲ୍ଲିକ, ଶ୍ରୀକ୍ଷେତ୍ର ସାହୁ ଓ ଅନ୍ୟମାନେଆଦି ଏହି କାର୍ଯ୍ୟକ୍ରମକୁ ଚାଲୁ ରଖିଥିଲେ।

ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଉଥିବା ବେଳେ ୧୫୫୦ ତମ ଦିନର ୬୨ ତମ ସମୀକ୍ଷା ବୈଠକ ଓ କୋଭିଡ୍ କାର୍ଯ୍ୟକ୍ରମର ଉଦଯାପନ ଗତ ୧୯ ତାରିଖ ମଙ୍ଗଳ ବାର ଦିନ ସ୍ଥାନୀୟ ମଙ୍ଗଳପୁର ସ୍ଥିତ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ୍ ପରିସରରେ ଅନୁଷ୍ଠିତ ହୋଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ସମୀକ୍ଷକ ତଥା ଉଦଯାପକ ଭାବରେ ଡଲଫିନ ଡ୍ୟାନ୍ସ ସ୍କୁଲ୍ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର୍, ସମାଜସେବୀ ରାଜସ୍ମିତା ପାଲ୍ , ରାଜାରାମ ଚାନ୍ଦ, ଦୀପ୍ତି ରଞ୍ଜନ ପ୍ରଧାନ ଆଦି ଯୋଗଦାନ କରିଥିଲେ। କୋଭିଡ୍ ସଚେତନତା ଓ କିଟ୍ ବଣ୍ଟନ ସହ ଫାଉଣ୍ଡେସନର ଅନ୍ୟ ଏକ କାର୍ଯ୍ୟକ୍ରମ ମିଶନ ଅମୃତ ହସ୍ତମ୍ ପକ୍ଷରୁ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଚାଲୁ ରହିଥିବା ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମକୁ ସବୁ ଦିନ ପାଇଁ ଜାରି ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯିବା ସହ ଏହି କାର୍ଯ୍ୟକ୍ରମ ଇତିମଧ୍ୟରେ ୧୫୫୪ତମ ଦିନରେ ପହଞ୍ଚି ଥିବାର ସୂଚନା ମିଳିଛି। ଅସହ୍ୟ ଗୁଳୁଗୁଳିକୁ ଅନୁଭବ କରି ଗତ ଏପ୍ରିଲ ୧୩ ବିଷୁବ ସଂକ୍ରାନ୍ତି ଠାରୁ ଦୀର୍ଘ ଦୁଇମାସ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ମିଶନ ଅମୃତ ହସ୍ତମ୍ ପକ୍ଷ୍ୟରୁ ଚାଲୁ ରହିଥିବା ପଣା ବଣ୍ଟନ କାର୍ଯ୍ୟକ୍ରମକୁ ଆଗାମୀ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଚାଲୁ ରଖିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

Exit mobile version