Site icon Awaj Media

କ୍ଷତ୍ରିୟ ପାଇକ ସମାଜର ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ନିକଟସ୍ଥ ମା ମହାକାଳୀ ପୀଠରେ ପାଇକ ସମାଜ ର ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ବଡମ୍ବା ନରସିଂହପୁର ର ନବନିର୍ବାଚିତ ବିଧାୟକ ଙ୍କୁ କ୍ଷତ୍ରିୟ ପାଇକ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଧାୟକ ଶ୍ରୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭା କୁ ଉଦଘାଟନ କରିଥିଲେ । ସୂଚନା ଯୋଗ୍ୟ ଯେ ବଡମ୍ବା ବିଧାୟକ ଶ୍ରୀ ଦଳବେହେରା ନିଜ କ୍ଷତ୍ରିୟ ପାଇକ ସମାଜ ଦଶରାଜ୍ୟର ସଭାପତି ଅଟନ୍ତି । ସେହି ପରିପ୍ରେକ୍ଷୀରେ ଢେଙ୍କାନାଳ, ଆଠଗଡ, ବଡମ୍ବା, ଖଣ୍ଡପଡା, ବାଙ୍କୀ, ଡମପଡା, ନରସିଂହପୁର, ନୟାଗଡ, ଦଶପଲ୍ଲା ଆଦି ରାଜ୍ୟ ର ମୁଖ୍ୟ ମାନଙ୍କୁ ନେଇ ଏହି ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି ।

Exit mobile version