Site icon Awaj Media

ଧଳାପଥର ପଞ୍ଚାୟତ ରେ ଜେସିବି ଦ୍ଵାରା ଚାଲିଛି ମନରେଗା କାମ : ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ପଞ୍ଚାୟତର ଗୋପିନାଥପୁର ରାଜସ୍ବ ଗ୍ରାମରେ ଥିବା ଖଣ୍ଡିଆ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ମନରେଗା ଯୋଜନାରେ ସମ୍ପାଦନ ହେଉଥିବା ବେଳେ ଜେସିବି ମେସିନ ବ୍ୟବହାର କରି ସ୍ପଷ୍ଟ ଦିବା ଲୋକ ରେ ଖନନ କାର୍ଯ୍ୟ ହେଉଥିବା ଜଣାପଡ଼ିଛି ।ଗୋପିନାଥପୁର ରାଜସ୍ବ ଗ୍ରାମରେ କାମ ହେଉଥିବା ବେଳେ ଧଳାପଥର ର ନାମ ଫଳକ ସ୍ଥାପନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୌସୁମୀ ବର୍ଷା ଆଗମନ ର ସୁଯୋଗ ନେଇ ତରବରିଆ ଭାବେ ମେସିନ ରେ କାମ କରି ବିଲ୍ କରି ନେବା ପାଇଁ ଚେଷ୍ଟା ଚାଲିଛି । ଶହ ଶହ ଟ୍ରିପ ମାଟି ବିକ୍ରି କରାଯାଇଥିବା ବେଳେ ଧଳାପଥର ଗୋପିନାଥପୁର ଗ୍ରାମ ସାଥୀଙ୍କୁ ବାଦ ଦେଇ ପାଖ ଗ୍ରାମରେ ଥିବା ଗ୍ରାମ ସାଥୀ ଙ୍କ ଦ୍ଵାରା କାମ କରାଯାଉଛି । ବର୍ଷା ରେ ଚାରିପଟେ ମାଟି ଧୋଇ ହୋଇ ଯଥା ପୂର୍ବ ତଥା ପର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହେଇଛି । ଏ ସଂପର୍କ ରେ ବୋଲଗଡ଼ ବିଡିଓ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ସରକାର ଙ୍କ ବିଭାଗୀୟ ଅଧିକାରୀ ଙ୍କୁ ପ୍ରମାଣ ସହିତ ଅଭିଯୋଗ କରାଯାଇ ଥିଲେହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ବୋଲଗଡ଼ ବିଡିଓ, ଏହା ଉପରେ ତଦନ୍ତ କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିବା ବେଳେ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଟେଲିଫୋନ କରି ଏ ଘଟଣାରେ ହସ୍ତକ୍ଷେପ ନ କରିବା ପାଇଁ ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାର ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରି ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Exit mobile version