Site icon Awaj Media

୧୫୫୬ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ପୃଥିବୀର କୋଣ ଅନୁକୋଣରେ ମାନବବାଦର ବିଚାରଧାରାକୁ ପ୍ରତିଷ୍ଠିତ କରିବା ନିମନ୍ତେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ଠାରେ ଗଢି ଉଠିଛି ଆନ୍ତର୍ଜାତୀୟ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ମାଧ୍ୟମରେ ଫାଉଣ୍ଡେସନ ତାହାର ବିଚାରଧାରାକୁ ପ୍ରତିପାଦିତ କରୁଥିବା ବେଳେ ଫାଉଣ୍ଡେସନର ଅନ୍ୟତମ କାର୍ଯ୍ୟକ୍ରମ “ମିଶନ ଅମୃତ ହସ୍ତମ୍” ମାଧ୍ୟମରେ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୧୫୫୬ ଦିନ ଧରି ନିରବଚ୍ଛିନ୍ନ ଭାବରେ ଗରିବ, ଅସହାୟ, ଦୁଃଖୀରଙ୍କି, ଦିବ୍ୟାଙ୍ଗ, ରୋଗୀ ଆଦିଙ୍କୁ ସେବା ଯୋଗାଇ ଚାଲିଛି ଏହି ସଂଗଠନ। ଏହିପରିପ୍ରେକ୍ଷୀରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଦିନ ସଂଖ୍ୟା ୧୫୫୫ ଓ ୧୫୫୬ ଅର୍ଥାତ୍ ତା୨୩ ଜୁନ୍ ଓ ୨୪ ଜୁନ୍ ୨୦୨୪ରିଖ ଦୁଇ ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ମାଷ୍ଟର ମିହିର କୁମାର୍, ସମାଜସେବୀ ଦୀପ୍ତି ରଞ୍ଜନ ପ୍ରଧାନ ଆଦି ସହଯୋଗ କରିଥିଲେ।

Exit mobile version