Site icon Awaj Media

ବାଲୁଗାଁ ଶିବ ଜ୍ୟୋତି ଧାମ ରେ ମାତେଶ୍ୱରି ଜଗଦମ୍ବା ସରସ୍ଵତୀ ଙ୍କ ୫୯ ତମ ପୁଣ୍ୟ ତିଥି ପାଳିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଶିବ ଜ୍ୟୋତି ଧାମ ପରିସର ରେ ମାତେଶ୍ୱରି ଜଗଦମ୍ବା ସରସ୍ଵତୀ ଙ୍କ ୫୯ ତମ ପୁଣ୍ୟ ଦିବସ ପାଳିତ ହୋଇଯାଇଛି । ଏଥିରେ ଓମ୍ ଶାନ୍ତି ପରିବାର ର ଶତାଧିକ ଭଉଣୀ ଭାଈ ଯୋଗ ଦେଇ ରାଜ ଯୋଗିନୀ ମାତେଶ୍ୱରି ଙ୍କ ସ୍ମୃତି ଚାରଣ କରିଥଲେ । ଉକ୍ତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଚିଲିକା ଓକିଲ ସଙ୍ଘ ର ସମ୍ପାଦକ ଶ୍ରୀଯୁକ୍ତ ଆଶୋକ କୁମାର ଚମ୍ପତି ଏବଂ ସମ୍ମାନୀତ ଅତିଥି ଭାବେ ଯୋଗ ଗୁରୁ ସୁନୀତା ପାତ୍ର ଏବଂ ପୂର୍ବତନ ସରପଞ୍ଚ ସୁଧାକର ପ୍ରଧାନ ଯୋଗ ଦେଈ ନିଜ ନିଜ ର ଅନୁଭୂତି ରଖିବା ସହିତ ପରମ ପିତା ଙ୍କୁ ଧ୍ୟାନ ଓ ରାଜ ଯୋଗ ମାଧ୍ୟମ ରେ କିଭଳି ଉପଲବ୍ଧ ହୋଇ ପାରିବ ସେ ଉପରେ ଆଲୋକପାତ କରିଥିଲେ । ଶେଷ ରେ ସମସ୍ତ ଶ୍ରଦ୍ଧାଳୁ ପ୍ରାସାଦ ସେବନ କରି ଫେରିଥିଲେ । ଉକ୍ତ କାର୍ଯକ୍ରମ କୁ ଭଉଣୀ ସରିତା ଏବଂ ଭଉଣୀ ଲତା ପରିଚାଳନା କରିଥିବା ବେଳେ ବ୍ରହ୍ମା କୁମାର ଭାଈ ସୁରେନ୍ଦ୍ର ସହଯୋଗ କରିଥିଲେ ।

Exit mobile version