Site icon Awaj Media

ମହାମହିମ ରାଜ୍ୟପାଳ ଙ୍କ ପାଇକମାଳ ଗସ୍ତ !!!

Spread the love
ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଆଜି ବରଗଡ ଜିଲ୍ଲା ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଗସ୍ତ କରି ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ଅନୁଷ୍ଠାନ ପରିସରରେ ଏକ ଶିଶୁ ଉଦ୍ୟାନ ନିର୍ମାଣ ଲାଗି ଶିଳାନ୍ୟାସ କରିବା ସହ ପିଲାଙ୍କୁ ସ୍କୁଲ ନେବା ଆଣିବା କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ ଏକ ସ୍କୁଲ ବସକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି I
ସୂଚନାଯୋଗ୍ୟକି, ଗତ ୨୦୨୩ ମସିହା ଡିସେମ୍ବର ମାସରେ ମାନ୍ୟବର ରାଜ୍ୟପାଳଙ୍କ ଉକ୍ତ ବିଦ୍ୟାଳୟ ଗସ୍ତ ସମୟରେ ଛାତ୍ରଛାତ୍ରୀ ଖେଳ ପଡିଆ ଏବଂ ସ୍କୁଲ ଯିବା ଆସିବା ପାଇଁ ବସ ନ ଥିବା କହିଥିଲେ I ସମସ୍ୟା ଶୁଣିବା ପରେ ମାନ୍ୟବର ରାଜ୍ୟପାଳ ନିଜ ପାଣ୍ଠିରୁ ପନ୍ଦର ଲକ୍ଷ ଟଙ୍କା ଶିଶୁ ଉଦ୍ୟାନ ନିର୍ମାଣ ଲାଗି ପ୍ରଦାନ କରିଥିବା ବେଳେ, ରାଜ୍ୟପାଳଙ୍କ ଆଦେଶ ଅନୁଯାୟୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ସି ଏସ ଆର ପାଣ୍ଠିରୁ ପିଲାଙ୍କ ପାଇଁ ଏକ ସ୍କୁଲ ବସ ପ୍ରଦାନ କରିଛନ୍ତି I
ପାଇକମାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅବତରଣ ପରେ ମାନ୍ୟବର ରାଜ୍ୟପାଳ ସ୍ଥାନୀୟ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପହଞ୍ଚି ଥିଲେ I ଏହାପରେ ଅନୁଷ୍ଠାନ ପରିସରରେ ନିର୍ମାଣ ହେବାକୁ ଥିବା ଶିଶୁ ଉଦ୍ୟାନର ଶିଳାନ୍ୟାସ କରିବା ସହ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବହ୍ନି କନ୍ୟା, ସମାଜ ସେବି ଏବଂ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ପାର୍ବତୀଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ I
ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିବା ସାଧାରଣ ସଭାରେ ମାନ୍ୟବର ରାଜ୍ୟପାଳ ଶ୍ରୀ ଦାସ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଠାରୁ ସମସ୍ୟା ପଚାରିବୁଝିବା ସହ ସମସ୍ତ ପିତୃମାତୃହୀନ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ “ଯିଏ ଅନାଥ, ତାଙ୍କ ପିତା ମାତା ଜଗତର ନାଥ ଶ୍ରୀ ଜଗନ୍ନାଥ” କହି ନିଜ ସ୍ଵପ୍ନ ପୂରଣ ପାଇଁ ଦୃଢ ପରିଶ୍ରମ କରିବାକୁ ଉପଦେଶ ଦେଇଥିଲେ ଏବଂ ଉପସ୍ଥିତ ପଦାଧିକାରୀଙ୍କୁ ଏଭଳି ନିରୀହ ପିଲାଙ୍କ ସ୍ଵପ୍ନ ପୂରଣରେ ସାହାଯ୍ୟ କରିବା ପାଇଁ ଆହ୍ଵାନ କରିବା ସହ କହିଥିଲେ “ଜିସକା କୋଇ ନେହିଁ, ଉସକା ହାମ ସାଥ ବନେ”  “ଅନାଥର ସାଥି ହେବା” I
ଆଗାମୀ ଜୁଲାଇ ମାସ ୧୪ ତାରିଖରେ ରାଜଭବନ ଠାରେ ନବନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେବା ପାଇଁ ମାନ୍ୟବର ରାଜ୍ୟପାଳ ଶ୍ରୀ ଦାଶ ନିମନ୍ତ୍ରଣ କରିବା ସହ ସେମାନଙ୍କୁ ଜଗନ୍ନାଥ ଧାମ ପୁରୀ ଭ୍ରମଣ କରାଇବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ I
ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କୁ ସ୍ଵାଗତ ଜଣାଇବା ପାଇଁ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ଏବଂ ନୂତନ ଛାତ୍ରାବାସ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ଦେବା ପରେ ମାନ୍ୟବର ରାଜ୍ୟପାଳ ସମସ୍ୟାର ଅନୁଧ୍ୟାନ କରି ଉନ୍ନତି ନିମନ୍ତେ ହେବାକୁ ଥିବା ଖର୍ଚର ଆନୁମାନିକ ମୂଲ୍ୟ ସହ ଏହାର  ବିଷଦ ବିବରଣୀ ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି I
ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ, ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀ ଋଷିକେଶ ଧ୍ୟାନଦେଓ, ସ୍ଥାନୀୟ ଲୋକ ପ୍ରତିନିଧି ଉପସ୍ଥିତ ରହି ମାନ୍ୟବର ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇଥିଲେ !
Exit mobile version