Site icon Awaj Media

ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ପାରଳାଖେମୁଣ୍ଡିର ସ୍ଵତନ୍ତ୍ର ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ପାରଳାଖେମୁଣ୍ଡିର ସ୍ଵତନ୍ତ୍ର ବୈଠକ ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇସାରିଛି । ଅନୁଷ୍ଠାନର ସଭାପତି ଅଶ୍ୱିନୀ କୁମାର ପାଢ଼ୀ ଆଜିର ଆଲୋଚନାର ପ୍ରାକ୍ ସୂଚନା ଦେବାପରେ ଉପ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଉର୍ମିଳା ବିନ୍ଧାଣୀ ରତ୍ନ ସଭା ଆରମ୍ଭରେ ବିଭୁ ବନ୍ଦନା ଗାନ କରିଥିଲେ।ସମ୍ପାଦକ ସୁରେଶ ବେହେରା ଗତ ବୈଠକର କାର୍ଯ୍ୟକାରିତା ସୂଚନା ଦେବାପରେ ଅନ୍ୟତମ ଉପ ସଭାପତି ଆଶା ପାଣଗ୍ରାହୀ ମଞ୍ଚାସିନ ଥିଲେ। ଉପେନ୍ଦ୍ର ବିଶ୍ଵାଳ, ଅଶୋକ ଦାଶ, ରାଜେନ୍ଦ୍ର ବେହେରା,କାଶୀନାଥ ପାତ୍ର ପ୍ରଭୃତି ନିଜ ନିଜର ବକ୍ତବ୍ୟ ରଖିଥିଲେ। ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରାଜ୍ୟ ଓ ଜିଲ୍ଲା ସ୍ତରରେ ଅସୁବିଧା ଗୁଡ଼ିକ ଏକ ସ୍ମାରକ ପତ୍ର ମାଧ୍ୟମରେ ଭୁବନେଶ୍ୱରରେ ସାକ୍ଷାତ କରି ପ୍ରଦାନ କରାଯାଇଛି। ପାରଳଖେମୁଣ୍ଡି ସହରରେ ଟ୍ରାଫିକ ଅବ୍ୟବସ୍ଥା, ବୁଲା କୁକୁରର ପ୍ରାଦୁର୍ଭାବ, ଗାଇ ମାନଙ୍କ ପ୍ରତି ମାଲିକ ମାନଙ୍କ ଅବହେଳା ଯୋଗୁ ବରିଷ୍ଠ ନାଗରିକ ମାନେ ନାହିଁ ନଥିବା ହଟହଟା ହେବାକୁ ପଡ଼ୁଛନ୍ତି କହିଥିଲେ। ପ୍ରଶାସନ ପୌର ପାଲିକା ଏଥିପ୍ରତି ତୀକ୍ଷ୍ଣ ଦୃଷ୍ଠି ଦେବାପାଇଁ ଅନୁରୋଧ କରାଗଲା। କାର୍ଯ୍ୟକ୍ରମ ଶେଷରେ ସୁବାଷ ଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Exit mobile version