ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ମହାନଗର ନିଗମର ରକ୍ତ ଭଣ୍ଡାର କର୍ମକର୍ତ୍ତା ସ୍ବର୍ଗତ କୈବଲ୍ୟ ପ୍ରଧାନ ଙ୍କ ସ୍ମୃତି ରେ ରକ୍ତ ଭଣ୍ଡାର ପରିସରରେ ଏକ ସ୍ମୃତି ଚାରଣ ସଭା ସହିତ ମହମବତୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି ଅବସରରେ ଡ ଦେବାଶିଷ ମିଶ୍ର, ଡ କେ କେ ସରକାର, ଡ ଡି ପି ରଥ, ଡ ଏନ୍ କେ ଦାସ, ଡ ଯଶୋବନ୍ତ ଜେନା, ଡ ବି ଡି ଶତପଥୀ ଜଣେ, ସ୍ୱରୂପ ଦାସ, ଡ ଶ୍ରୀକାନ୍ତ ଦାସ, ଏସିପି ଲଳିତେନ୍ଦୁ ମହାନ୍ତି ଏବଂ ଭୁବନେଶ୍ୱର ମହାନଗର ନିଗମର ରକ୍ତ ଭଣ୍ଡାର ସମସ୍ତ କର୍ମକର୍ତ୍ତା, ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ସମସ୍ତ କର୍ମକର୍ତ୍ତା ଏବଂ ଥାଲାସେମିଆ ଶିଶୁଙ୍କ ଅଭିଭାବକ ଏବଂ ରକ୍ତଦାନ ଶିବିର ଆୟୋଜନ ବିଭିନ୍ନ ସଙ୍ଗଠନ ଏବଂ ତାଙ୍କର ନିକଟତମ ବନ୍ଧୁ, ସମ୍ପର୍କୀୟ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ !
ରକ୍ତ ଭଣ୍ଡାର କର୍ମକର୍ତ୍ତା ଙ୍କ ସ୍ମୃତିରେ ମହମବତୀ ଶୋଭାଯାତ୍ରା !!!

