ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ କରଡ଼ଗାଡ଼ିଆ ଗ୍ରାମର କୃପାସିନ୍ଧୁ ମହାପାତ୍ର l କେଉଁ ବାପ ଗୋସିବାପ ଅମଳରୁ କାଗଜ ମୁଖା, କାଠ ମୁଖା, ମାଟି କଣ୍ଢେଇ, କାଠ ଅବା ଗୋବରରେ ଦେବା ଦେବୀ ମୂର୍ତ୍ତି କରି ଆସୁଛନ୍ତି ସେ l ନିହଣ ମୁନରେ କାଠକୁ ଦିଅନ୍ତି ଜୀବନ୍ତ ରୂପ, ଯାହାକୁ ଆମେ କହୁନାଁହୁ l କହୁଛି ଏହି କଳାକୃତି l ବାସ୍ତବିକ କେତେ ଯାଦୁଗରୀ ତାଙ୍କ ହାତର ସ୍ପର୍ଶ ! ଯାହାଙ୍କ କାରିଗରୀ ପାଇଁ ତାଙ୍କୁ ସୁଦୂର ଦିଲ୍ଲୀର କ୍ରାଫ୍ଟ ମିଉଜିଅମରୁ ଏକ ଆଠଫୁଟ କାଠର ରାବଣ ମୂର୍ତ୍ତି କାମ ମିଳିଛି l ସେଥିପାଇଁ ପୁରା ଚଳଚଞ୍ଚଳ ତାଙ୍କ ପରିବାର, ତା ସଙ୍ଗକୁ ସେ ପରିବାର ଖୁସି କହିଲେ ନସରେ l କେମିତି ସମୟ ପୂର୍ବରୁ ମୂର୍ତ୍ତିଟି ସମ୍ପୂର୍ଣ୍ଣ ହୋଇ ପହଂଚିବ ଦିଲ୍ଲୀରେ l ବାସ୍ତବିକ ଯଦି ଏମାନଙ୍କୁ ଓଡିଶା ସରକାରଙ୍କ ପ୍ରୋତ୍ସାହନ ମିଳିପାରନ୍ତା ଏହିପରି ଅନେକ ପରିବାର କୌଳିକ ବୃତ୍ତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରି ପାରନ୍ତେ l
କାରିଗର ର କାରୁକାର୍ଯ୍ୟ !!!

