ପ୍ରୋତ୍ସାହନ ଅଭାବରୁ ହଜିବାକୁ ବସିଲାଣି ସିଂଘ କାମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ସିଂଘ କାମ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି । ସିଂଘ କାରିଗର ମାନେ ଦୀର୍ଘ 50 ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ହେଲା ତାଙ୍କର ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି । ମାଛ, ବଗ, ଚଢେଇ, ପାନିଆ, ଚିଙ୍ଗୁଡ଼ି, ମୟୁର, ଜଗନ୍ନାଥ ,ଡଙ୍ଗା, ହାତୀ ଏହି ଭଳି ବିଭିନ୍ନ କାରୁକାର୍ଯ୍ୟ ନିଖୁଣ ଭାବେ ସିଂଘରେ ତିଆରି କରୁଛନ୍ତି । ପର୍ଯ୍ୟଟକ ମାନେ ସହରକୁ ଆସିଲେ ସିଂଘରେ ନିର୍ମିତ ଜିନିଷ ଦେଖି ଖୁସି ବ୍ୟକ୍ତ କରିଥାନ୍ତି ! ପାରଳାଖେମୁଣ୍ଡି ସହରରେ କିଛି ପରିବାର ନିଜର କୌଳିକ ବୃତ୍ତିକୁ ଆଜି ମଧ୍ୟ ବଞ୍ଚାଇ ରଖିଛନ୍ତି । ସରକାର ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କଲେ ସେମାନଙ୍କ କୌଳିକ ବୃତ୍ତି ବଞ୍ଚିବା ସହିତ ସେମାନଙ୍କର ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି ହୋଇ ପାରିବ ବୋଲି ଆଶା କରାଯାଉଛି ! ପ୍ରୋତ୍ସାହନ ମିଳିଲେ ସେମାନଙ୍କ ଆଗାମୀ ପିଢୀ ଏହି କୌଳିକ ବୃତ୍ତି ପାଇଁ ଆକୃଷ୍ଟ ହେବା ସଙ୍ଗେ ସଙ୍ଗେ ନିଜର କୌଳିକ ବୃତ୍ତିକୁ ଆପଣେଇବେ ବୋଲି ଆଶା କରାଯାଉଛି । ମୁଖ୍ୟତଃ ସିଂଘ ଦର ଦାମ ବୃଦ୍ଧି ସାଙ୍ଗକୁ ସିଂଘ ନିଜ ଅଞ୍ଚଳରେ ମିଳୁ ନଥିବାରୁ ବାହାର ରାଜ୍ୟ ହାଇଦ୍ରାବାଦ ରୁ ସିଂଘ କିଣିବାକୁ ପଡୁଛି ବୋଲି ସିଂଘ କାରିଗର ପ୍ରକାଶ କରିଛନ୍ତି । ଏହି ସିଂଘ କାମର ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନ ଥିବା ଜଣା ପଡ଼ିଛି । ଏମାନଙ୍କୁ କାରିଗର ଭତ୍ତା ଯୋଗାଇ ଦେଲେ ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *