Site icon Awaj Media

ବାରମ୍ବାର ବିଦ୍ୟୁତ କାଟ୍ କୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଦୁଇ ଗ୍ରାମବାସୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ଅମରା ଓ ଡାଳିମ୍ବ ପୁରର ଗ୍ରାମବାସୀ ବାରମ୍ବାର ବିଦ୍ୟୁତ କାଟ୍ କୁ ନେଇ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାର ଦେଖିବାକୁ ମିଳିଛି।ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାରମ୍ବାର ବିଦ୍ୟୁତ କାଟ୍ ହେଉଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ ପାଇଛି।ଗ୍ରାମବାସୀ କହିବା ଅନୁସାରେ ଏହି ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗିରହିଛି । ଏହି ସମସ୍ୟା ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନାହାନ୍ତି। ଯାହା ଫଳରେ ଗ୍ରାମବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ର ପ୍ରକାଶ କରିଛନ୍ତି।ଯଦି ଆଗାମୀ ଦିନରେ ଏହି ସମସ୍ୟା ର ସମାଧାନ ନ ହୁଏ ତାହାହେଲେ ଗ୍ରାମବାସୀ ମାନେ ରାଜ୍ ରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Exit mobile version