Site icon Awaj Media

ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଗମ୍ଭାରୀମୁଣ୍ଡା ସତସଙ୍ଗ ନିକଟ ରାସ୍ତା ପାର୍ଶ୍ୱ ରେ ଏକ ପୁରାତନ ବର ଗଛ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ଠାରୁ ଗମ୍ଭାରୀମୁଣ୍ଡା ଦେଇ ସୁନାଖଳା ତଥା ଜାତୀୟ ରାଜପଥ ନମ୍ବର ୧୬ କୁ ସଂଯୋଗ କରୁଛି ଏକ ମୁଖ୍ୟ ରାସ୍ତା । ଗମ୍ଭାରୀମୁଣ୍ଡା ଓ ସୁନାଖଳା ଯିବା ମୁଖ୍ୟ ରାସ୍ତା ଦେଇ ପ୍ରତ୍ୟେହ ହଜାର ହଜାର ଲୋକ ଆତ ଜାତ ହୋଇଥାନ୍ତି । ଗମ୍ଭାରୀମୁଣ୍ଡା ବଜାର ଏକ ଜନ ଗହଳି ପୁର୍ଣ ସ୍ଥାନ ହୋଇଥିବା ବେଳେ ଦୈନିକ ହଜାର ହଜାର ଲୋକ ସରକାରୀ ଡାକ୍ତରଖାନା ଠାରୁ ଆରମ୍ଭ କରି କଚେରୀ, ଥାନା ଓ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ମାନେ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି I ଗମ୍ଭାରୀମୁଣ୍ଡା ବଜାର ପୋଲିସ ଫାଣ୍ଡି ପରବର୍ତୀ ଜୟଗୁରୁ ସତସଙ୍ଗ ନିକଟ ରାସ୍ତା ପାର୍ଶ୍ୱ ରେ ଏକ ପୁରାତନ ବର ଗଛର ବୃହତକାୟ ଡାଳ କୋରଡ଼ ହୋଇ ରାସ୍ତା ଉପର କୁ ଲମ୍ବି ରହିଛି । କେଉଁ ମୁହୂର୍ତ ରେ ଉକ୍ତ ଡାଳ ଟି ଭାଙ୍ଗି କୌଣସି ଅଘଟଣ ଘଟାଇବାର ସମ୍ଭାବନା ରହିଛି । ଏହି ଗଛର ଡ଼ାଳଟି ଉକ୍ତ ରାସ୍ତା ଦେଇ ଗମନାଗମନ କରୁଥିବା ଜନ ସାଧାରଣ, ସ୍କୁଲ କଲେଜ ଯାଉଥିବା ବିଦ୍ୟାର୍ଥୀ ଓ ବିଭିନ୍ନ ଯାନ ବାହାନ ଚାଳକଙ୍କ ପାଇଁ ବିପଦ ପାଲଟିଛି I ସର୍ବସାଧାରଣ ଙ୍କ ନିମନ୍ତେ ବିପଦ ପାଲଟିଥିବା କୋରଡ଼ ଗ୍ରସ୍ତ ଡାଳଟିକୁ ତୁରନ୍ତ କାଟି ଦେବା ପାଇଁ ପ୍ରଶାସନ ଓ ବନ ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।

Exit mobile version